ଦେଶ

୭୫୨୯ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗଲାଣି ୨୪୨ ଜୀବନ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ନୂଆ ୧୦୦୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯିବା ପରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୨୯ ଛୁଇଁଛି। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ ଶେଷ ଖବର ସୁଦ୍ଧା ୨୪୨ ଜଣଙ୍କର ମୃତ୍ୟୁ ହୋଇସାରିଲାଣି।

ଏହି ତଥ୍ୟ ଅନୁଯାୟୀ ୬,୬୩୪ ଜଣଙ୍କଠାରେ କରୋନା ସକ୍ରିୟ ରହିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ଦେଶ ବାହାରକୁ ଅର୍ଥାତ ନିଜ ଦେଶକୁ ଚାଲିଯାଇଛନ୍ତି।
ଆଜି ଗଣମାଧ୍ୟମକୁ ମନ୍ତ୍ରଣାଳୟ ପକ୍ଷରୁ ଯୁଗ୍ମ ସଚିବ ପୂଣ୍ୟ ସଲିଳ ଶ୍ରୀବାସ୍ତବ କହିଥିଲେ, ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି ସମସ୍ତ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଯଥା ସମ୍ଭବ ସୁରକ୍ଷା ଯୋଗାଇ ଦିଆଯାଉ। ସେମାନେ କାମ କରୁଥିବା ସ୍ଥାନରେ କ୍ୱାରେଣ୍ଟାଇନ୍‌ ସୁବିଧା ଯୋଗାଇ ଦେବାକୁ ସେ କହିଥିଲେ।

ଆହୁରି ପଢ଼ନ୍ତୁ

ଏହା ପରେ ଯୁଗ୍ମ ସଚିବ ଲବ୍‌ ଅଗ୍ରୱାଲ କହିଥିଲେ, ସାରା ଦେଶରେ ୫୮୬ କୋଭିଡ୍‌-୧୯ ହସ୍ପିଟାଲ ରହିଛି। ଏଥିସହିତ ୧ ଲକ୍ଷ ଆଇସୋଲେସନ୍‌ ବେଡ୍‌ ପ୍ରସ୍ତୁତ ରହିଛି। ଏହି ଅବସରରେ ଲକ୍‌ଡାଉନ୍‌ର ମହତ୍ତ୍ୱ ବୁଝାଇବାକୁ ଯାଇ ସେ କହିଥିଲେ, ଲକ୍‌ଡାଉନ୍‌ ଏବଂ କଣ୍ଟେନ୍‌ମେଣ୍ଟ ଜୋନ୍‌ ଆଦି ପଦକ୍ଷେପ ଲକ୍‌ଡାଉନ୍‌ ପାଇଁ ଗୁରୁତ୍ୱପୂର୍ଣ୍ଣ। ଏହି ପଦକ୍ଷେପ ନିଆଯାଇନଥିଲେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ଟପିଯାଆନ୍ତାଣି।

ସାରା ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୭୫୦୦ ଟପି ସାରିଛି। ଏ ମଧ୍ୟରୁ ୭୧ ଜଣ ବିଦେଶୀ ନାଗରିକ। ତେବେ ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଏଠାରେ ମୋଟ ୧,୫୭୪ ଆକ୍ରାନ୍ତ ରହିଥିବାବେଳେ ୧୧୦ଜଣ ମୃତ୍ୟୁବରଣ କରିଛନ୍ତି। ଏହା ପଛକୁ ତାମିଲନାଡ଼ୁରେ ୯୧୧ଏବଂ ଦିଲ୍ଲୀରେ ୯୦୩ ଆକ୍ରାନ୍ତ ରହିଛନ୍ତି।

ଅଧିକ ଜୀବନ ଯାଇଥିବା ରାଜ୍ୟ ମଧ୍ୟରେ ଦିଲ୍ଲୀରେ ୧୪, ଗୁଜରାଟରେ ୧୯, ତେଲେଙ୍ଗାନାରେ ୯, ମଧ୍ୟପ୍ରଦେଶରେ ୩୩, ପଞ୍ଜାବରେ ୧୧ ଜଣ, କର୍ଣ୍ଣାଟକାରେ ୬ ଜଣ, ପଶ୍ଚିମବଙ୍ଗରେ ୫ ଜଣ, ଜମ୍ମୁ-କଶ୍ମୀରରେ ୪ ଜଣ, ଉତ୍ତରପ୍ରଦେଶରେ ୪ ଜଣ, କେରଳରେ ୨ ଜଣ, ଆନ୍ଧ୍ରପ୍ରଦେଶରେ ୬ ଜଣ, ରାଜସ୍ଥାନରେ ୩ ଜଣ, ହରିଆଣାରେ ୩ ଜଣ ଏବଂ ତାମିଲନାଡ଼ୁରେ ୮ ଜଣ ଏବଂ ବିହାର, ଓଡ଼ିଶା, ଆସାମ, ଝାରଖଣ୍ଡ, ହିମାଚଳପ୍ରଦେଶ ଏବଂ ମିଜୋରାମରେ ଜଣେ ଲେଖାଏ ମୃତ୍ୟୁବରଣ କରିଛନ୍ତି।

[ad_2]
Show More
Back to top button