ଦେଶ

୬ଟି ବ୍ରିଜର ଉଦଘାଟନ କଲେ ପ୍ରତିରକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଜମ୍ମୁ-କଶ୍ମୀରର ୬ଟି ବ୍ରିଜର ଉଦଘାଟନ କରିଛନ୍ତି। ଭିଡିଓ କନଫରେନସିଂ ଜରିଆରେ ଏହି ବ୍ରିଜର ଉଦଘାଟନ କରିଛନ୍ତି ରାଜନାଥ ସିଂହ। ବିଆରଓ ଦ୍ୱାରା ତିଆରି ହୋଇଛି ଏହି ବ୍ରିଜ। ଜମ୍ମୁ କଶ୍ମୀରରେ ତିଆରି ହୋଇଥିବା ଏହି ୬ଟି ବ୍ରିଜ ମଧ୍ୟରୁ ୧୬୦ ମିଟର ଲମ୍ବର ତାରନାହ -୧ ଏବଂ ୩୦୦ ମିଟର ଲମ୍ବର ତରାନାହ -୨ ସମେତ ଚାରୋଟି ବ୍ରିଜ, ବଲୱାନ, ଘୋଡାୱାଲା, ପାହାଡିୱାଲା ଏବଂ ପନିୟାଲି ବ୍ରିଜ।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ‘ଖୁବ୍ ଶୀଘ୍ର ଅଟଳ ଟନେଲର କାର୍ଯ୍ୟ ଶେଷ ହୋଇ ଦେଶ ପାଇଁ ଉତ୍ସର୍ଗୀକୃତ ହେବ। ସେନାର ଆବଶ୍ୟକତାକୁ ଧ୍ୟାନରେ ରଖି ଆହୁରି ଅନେକ ବିକାଶମୂଳକ କାର୍ଯ୍ୟ ଶୀଘ୍ର ଘୋଷଣା କରାଯିବ। ଆହୁରି ମଧ୍ୟ ଜମ୍ମୁରେ ୧୦୦୦ କିଲୋମିଟର ରାସ୍ତାରେ କାମ ଚାଲିଛି।

ଏହି ସେତୁ ଦ୍ୱାରା ପ୍ରାୟ ୨୧୭ ଗାଁର ୪ ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ। ଏମିତିକି ସେନା ବାହିନୀ ଉପକରଣ ନେବା ଆଣିବାରେ ଏହି ବ୍ରିଜ ସହାୟକ ହେବ। ଫଳରେ ଅପହଞ୍ଚ ଇଲାକାରେ ଖୁବ କମ୍ ସମୟରେ ସେନା ପହଞ୍ଚି ପାରିବ।

ଆହୁରି ପଢ଼ନ୍ତୁ

ବିଆରଓ ନୂତନ ଜ୍ଞାନ କୌଣଳ ବ୍ୟବହାର କରି ଗତ ଦୁଇ ବର୍ଷ ମଧ୍ୟରେ ୨୨୦୦ କିଲୋମିଟର ରାସ୍ତା କାଟିଛି। ୪୨୦୦ କିଲୋମିଟର ରାସ୍ତା ଆହୁରି କଟାଯିବ ବୋଲି ଜଣାପଡ଼ିଛି। ମୋଟ ୫୮୦୦ ମିଟର ସ୍ଥାୟୀ ବ୍ରିଜ ନିର୍ମାଣ କରାଯାଉଛି।

କରୋନା ଭାଇରସ୍ ପାଇଁ ଯଦିଓ ଦେଶ ଲକଡାଉନ୍ ରହିଥିଲା। ହେଲେ ବିଆରଓର ଦ୍ୱାରା ଉତ୍ତର-ପୂର୍ବ ରାଜ୍ୟ ହିମାଚଳ, ଉତ୍ତରପ୍ରଦେଶ, ଜମ୍ମୁ କଶ୍ମୀର ଏବଂ ଲଦାଖର ସୀମାନ୍ତ ଅଞ୍ଚଳରେ ସଡ଼କ ଓ ସେତୁ ନିର୍ମାଣ କାର୍ଯ୍ୟ ଜାରି ରହିଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button