ରାଜ୍ୟ

୬ଟି ଗାଡ଼ି ଜାଳିଦେଲେ ନକ୍ସଲ – Satyasikha

ମାଲକାନଗିରି(ଜିତେନ୍ଦ୍ର ବେଉରା): ମାଲକାନଗିରି ସୀମାନ୍ତ ଛତିଶଗଡର ସୁକୁମା ଜିଲ୍ଲାରେ ଗତକାଲି ରାତିରେ ନକ୍ସଲମାନେ ଲଙ୍କାକାଣ୍ଡ ଘଟାଇଛନ୍ତି। ଜେସିବି ସମେତ ରାସ୍ତା କାମରେ ନିୟୋଜିତ ୬ ଟି ଗାଡ଼ିକୁ ନିଆଁ ଲଗାଇ ପୋଡ଼ି ଦେଇଛନ୍ତି ।

ଆହୁରି ପଢ଼ନ୍ତୁ

ସୁକମା ଜିଲ୍ଲାର କୋତଣାଗର ଅଞ୍ଚଳରେ ରାସ୍ତା କାମ ଚାଲିଥିଲା। ନକ୍ସଲମାନେ ଏହି କାମକୁ ବିରୋଧ କରୁଥିଲେ। ହେଲେ ରାସ୍ତାକାମ ଜୋରସୋରରେ ଚାଲିଥିବାରୁ ନକ୍ସଲମାନେ ଏପରି କାଣ୍ଡ ଭିଆଇଥିବା ଜଣାପଡ଼ିଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

[ad_2]
Show More
Back to top button