ଦେଶ

୫୫ ଦିନ ହେଲା ଏୟାରପୋର୍ଟରେ ଫସିଥିଲେ, ଏବେ ଜର୍ମାନୀ ଗଲେ

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ଦିଲ୍ଲୀ ଏୟାରପୋର୍ଟର ଟ୍ରାନ୍ସିଟ ଅଞ୍ଚଳରେ ଫସି ରହିଥିବା ଜଣେ ଜର୍ମାନୀ ନାଗରିକ ଶେଷରେ ସ୍ୱଦେଶ ଫେରିବାକୁ ସକ୍ଷମ ହୋଇଛନ୍ତି। ଆଜି ଦିଲ୍ଲୀରୁ ସେ କେଏଲଏମ ବିମାନ ଜରିଆରେ ଆମଷ୍ଟ୍ରେଡମ ପ୍ରତ୍ୟାବର୍ତ୍ତନ କରିଛନ୍ତି। ତେବେ ବିମାନରେ ବସିବା ପୂର୍ବରୁ ତାଙ୍କର କରୋନା ପରୀକ୍ଷା କରାଯାଇଥିଲା।

ତାଙ୍କ ରିପୋର୍ଟ ନେଗେଟିଭ ଆସିବାରୁ ତାଙ୍କୁ ସ୍ୱଦେଶ ଫେରିବାକୁ ଅନୁମତି ଦିଆଯାଇଛି। ଏହି ଜର୍ମାନୀ ନାଗରିକ ଜଣଙ୍କ ନାଁ ଇଡଗାର୍ଡ ଜିଇବ୍ୟାଡ। ସେ ଅନ୍ତର୍ଜାତୀୟ ଟ୍ରାନ୍ସିଟ ଅଞ୍ଚଳରେ ଲକଡାଉନ ଯୋଗୁ ଦୀର୍ଘ ୫୫ ଦିନ କାଳ ଫସି ରହିଥିଲେ।

ଆହୁରି ପଢ଼ନ୍ତୁ

ସେ କହିଛନ୍ତି ଯେ ମାର୍ଚ୍ଚ ୧୮ରୁ ସେ ଭିଏତନାମରୁ ଏଠାକୁ ଆସିଥିଲେ। ଏଠାରୁ ସେ ତୁର୍କୀର ଇସ୍ତାନବୁଲ ଯିବେ। ହେଲେ ଲକଡାଉନ ଯୋଗୁ ସେ ଦିଲ୍ଲୀ ଏୟାରପୋର୍ଟରେ ହିଁ ଫସି ରହିଯାଇଥିଲେ। କିଛି ଦିନ ପରେ ଏୟାରପୋର୍ଟ ଅଧିକାରୀମାନେ ୪୦ ବର୍ଷୀୟ ଇଡଗାର୍ଡଙ୍କୁ ଜର୍ମାନୀ ତରଫରୁ ଯାତାୟାତ କରୁଥିବା ସ୍ୱତନ୍ତ୍ର ବିମାନରେ ଘରକୁ ଫେରିବାକୁ ପରାମର୍ଶ ଦେଇଥିଲେ।

କିନ୍ତୁ ଜର୍ମାନୀ ଦୂତାବାସ କିମ୍ବା ଏୟାରଲାଇନ୍ସ ପକ୍ଷରୁ ତାଙ୍କୁ ଉଡ଼ାଣ ପାଇଁ ଅନୁମତି ଦିଆଯାଇ ନଥିଲା। ତାଙ୍କ ପାଖରେ ତୁର୍କୀର ପାସପୋର୍ଟ ନଥିବାରୁ ତୁର୍କୀ ଏୟାରଲାଇନ୍ସ ମଧ୍ୟ ତାଙ୍କୁ ବିମାନରେ ବସିବାକୁ ଅନୁମତି ଦେଇ ନଥିଲା।

ଏହି କାରଣରୁ ସେ ଭାରତରେ ହିଁ ରହିଥିଲେ। ଏୟାରପୋର୍ଟ ଅଧିକାରୀମାନେ ତାଙ୍କୁ ସମସ୍ତ ପ୍ରକାରର ଖାଦ୍ୟ, ପାନୀୟ, କପଡ଼ା ଓ ଟଏଲେଟ ବ୍ୟବସ୍ଥା ଯୋଗାଇ ଦେଇଥିଲେ।

[ad_2]
Show More
Back to top button