୫୪ ଘଣ୍ଟାର ଯାତ୍ରା ପରେ ଭଦ୍ରକରେ ପହଞ୍ଚିଲେ ୩୮ ପ୍ରବାସୀ ଓଡ଼ିଆ

ଭଦ୍ରକ(ପାର୍ଥ ସାରଥୀ ନାୟକ): ପ୍ରଥମ ଥର ପାଇଁ ଭଦ୍ରକରେ ପହଞ୍ଚିଛନ୍ତି ପ୍ରବାସୀ ଓଡ଼ିଆ। ନିଜ ଖର୍ଚ୍ଚରେ ଦୀର୍ଘ ୫୪ ଘଣ୍ଟାର ଯାତ୍ରା ପରେ ଗତକାଲି ବିଳମ୍ବିତ ରାତିରେ ଜଣେ ମହିଳାଙ୍କ ସମେତ ୩୮ ଜଣ ଯାତ୍ରୀ ଆସି ଭଦ୍ରକରେ ପହଞ୍ଚିଛନ୍ତି।

ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ପ୍ରବାସୀଙ୍କ ପାଇଁ ଭଣ୍ଡାରିପୋଖରୀ ସରକାରୀ ଆଇଟିଆଇ କଲେଜରେ ରହିବା ସହ ଶୁଖିଲା ଖାଦ୍ୟର ବନ୍ଦୋବସ୍ତ କରାଯାଇଥିଲା। ଆଜି ନାମ ପଞ୍ଜିକରଣ ଯାଞ୍ଚ କରାଯିବା ସହ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ନୋଡାଲ ଅଫିସର ଦାୟିତ୍ୱରେ ଥିବା ପ୍ରକଳ୍ପ ନିର୍ଦ୍ଦେଶ ମଧୁସୁଦନ ଦାସ କହିଛନ୍ତି। ଏହାପରେ ସେମାନଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖାଯିବ ବୋଲି ଜଣାଯାଇଛି।

ଆହୁରି ପଢ଼ନ୍ତୁ

ଲକ୍‌‌ଡାଉନ୍‌ ଯୋଗୁ ସୁରତରେ ବହୁ ପ୍ରବାସୀ ଓଡ଼ିଆ ଫସି ଯାଇଥିଲେ। କାମଧନ୍ଦା ନ ପାଇ ବହୁ ହଇରାଣ ହେଉଥିଲେ। ସୁରତରୁ ଫେରିବା ନିମନ୍ତେ ସେମାନେ ସେଠାକାର ଜିଲ୍ଲାପାଳଙ୍କଠାରୁ ଅନୁମତି ନେଇଥିଲେ। ଏହାପରେ ଏପ୍ରିଲ୍‌ ୨୯ ତାରିଖ ରାତିରେ ସେଠାରୁ ଏକ ବେସରକାରୀ ବସ୍‌ ଯୋଗେ ୫୬ ଜଣ ଓଡ଼ିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ। ଏଥିରେ କେନ୍ଦ୍ରାପଡ଼ାର ୬ ଜଣ, ଜଗତସିଂହପୁରର ୩, ବାଲେଶ୍ୱରର ୩, ଖୋର୍ଦ୍ଧାର ୬ ଓ ଭଦ୍ରକର ୩୮ଜଣ ଯାତ୍ରୀ ଥିଲେ। ଅନ୍ୟ ସମସ୍ତ ଯାତ୍ରୀଙ୍କୁ ନିଜ ନିଜ ସ୍ଥାନରେ ଛାଡ଼ି ଦେବା ପରେ ବସ୍‌ଟି ଭଦ୍ରକରେ ଆସି ପହଞ୍ଚିଥିଲା। ଏହି ବସ୍‌ରେ ଆସିବା ନିମନ୍ତେ ଯାତ୍ରୀମାନେ ମୁଣ୍ଡ ପିଛା ୩୫୦୦ ଟଙ୍କା ଲେଖାଏ ଦେଇଥିବା ଜଣାପଡ଼ିଛି।

[ad_2]
Exit mobile version