୫୩ ଲକ୍ଷ ଟପିଲା ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା


ନୂଆଦିଲ୍ଲୀ: ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୫୩ ଲକ୍ଷ ଟପିଛି। ସେହିପରି ଏହି ବିଶ୍ୱ ମହାମାରୀରେ ୩ ଲକ୍ଷ ୪୨ ହଜାର ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସର୍ବାଧିକ ମୃତକ ଏବଂ ଆକ୍ରାନ୍ତ ଆମେରିକାର ରହିଛନ୍ତି।
ଆମେରିକାରେ ଏଯାବତ ୯୭,୦୮୭ ଜଣ ସଂକ୍ରମିତ ହୋଇଥିବାବେଳେ ୧୬.୨୨.୬୦୫ରୁ ଅଧିକ ସଂକ୍ରମିତ ହୋଇଛନ୍ତି। ସେହିପରି ୩,୪୭,୩୯୮ ଆକ୍ରାନ୍ତଙ୍କ ସହିତ ବ୍ରାଜିଲ ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଦେଶ ତାଲିକାରେ ରହିଥିବାବେଳେ ରୁଷ ୩,୩୫,୮୮୨ ଆକ୍ରାନ୍ତଙ୍କ ସହିତ ତୃତୀୟରେ ରହିଛି।
ଆହୁରି ପଢ଼ନ୍ତୁ
ବ୍ରିଟେନରେ ୨,୩୫,୨୯୦, ସ୍ପେନ୍, ୨,୨୯,୩୨୭, ଇଟାଲୀ ୧,୮୨,୦୩୬, ଫ୍ରାନ୍ସ ୧,୭୯,୯୮୬, ଜର୍ମାନୀ ୧,୫୫,୬୮୬, ତୁର୍କୀ ୧,୩୩,୫୨୧, ଇରାନ ୧,୩୧,୪୨୩, ଭାରତରେ ୧,୧୫,୭୫୪ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ଏହି ମହାମାରୀରେ ଆମେରିକାରେ ବି ସର୍ବାଧିକ ମୃତ୍ୟୁ ହୋଇଛି। ୩୬,୭୫୭ ଜଣ ଆମେରିକାରେ କେବଳ ମୃତ୍ୟୁ ବରଣ କରିଥିବାବେଳେ ଦ୍ୱିତୀୟରେ ବ୍ରିଟେନ ରହିଛି। ୟୁରୋପ ମହାଦେଶରେ ୩୨,୭୩୫ ଜଣ ଆକ୍ରାନ୍ତ ହୋଇଥିବାବେଳେ ଇଟାଲୀରେ ୨୮,୬୭୮ ଏବଂ ସ୍ପେନରେ ୨୮,୨୧୮, ଫ୍ରାନ୍ସରେ ୨୨,୦୧୩ ଜଣଙ୍କର ମୃତ୍ୟୁ ଘଟିଛି।