ଖାଦ୍ୟଜୀବନମନ୍ତ୍ରଦେଶନ୍ୟୁଜ୍ସ୍ୱାସ୍ଥ୍ୟ

ଏଚ୍ଆର୍ ମ୍ୟାନେଜର୍ ଚଳାଉଛନ୍ତି ରାଇସ୍ ଏଟିଏମ୍: ନିଃସ୍ୱାର୍ଥ ଭାବେ ଅଭାବୀ ଅସହାୟଙ୍କୁ କରୁଛନ୍ତି ସାହାଯ୍ୟ l

ସତ୍ୟଶିଖା (ହାଇଦ୍ରାବାଦ) ୦୧/୧୦/୨୦୨୦ : କରୋନା ମହାମାରୀ ଯୋଗୁଁ ଦୁନିଆରେ ଅନେକ ପରିବର୍ତ୍ତନ ହୋଇଛି । ମହାମାରୀ ଯୋଗୁଁ ଅନେକ ଲୋକ ନିଜର ଜୀବନ ଜୀବିକା ହରାଇଛନ୍ତି । ଅଧିକାଂଶ ଲୋକଙ୍କ ଜୀବନରେ ସଙ୍କଟ ପରିସ୍ଥିତି ସୃଷ୍ଟି ହୋଇଛି । କିନ୍ତୁ ମହାମାରୀ ସମୟରେ ଏମିତି କିଛି ଲୋକ ସାମ୍ନାକୁ ଆସିଛନ୍ତି ଯେଉଁମାନେ ନିଃସ୍ୱାଥଭାବରେ ଅଭାବୀଙ୍କୁ ସାହାଯ୍ୟ କରୁଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ହେଲେ ହାଇଦ୍ରାବାଦର ରାମୁ ଡୋସାପଟୀ । ସେ ଗରିବଙ୍କ ପାଇଁ ରାଇସ ଏଟିଏମ ଅର୍ଥାତ ଚାଉଳ ଏଟିଏମ୍ ଚଳାନ୍ତି । ଏହି ଏଟିଏମ୍ ଅଭଵୀ ଓ ଅସହାୟ ଲୋକଙ୍କୁ ଆବଶ୍ୟକୀୟ ସାମଗ୍ରୀ ଉପଲବ୍ଧ କରାଇଥାଏ ।

Rice ATM, Hyderabad

ମିଡ଼ିଆ ରିପୋର୍ଟ ଅନୁଯାୟୀ ରାମୁ ଡୋସାପଟୀଙ୍କ ରାଇସ୍ ଏଟିଏମ୍ ଦିନର ୨୪ ଘଣ୍ଟା ଚାଲିଥାଏ । ଅଭାବୀ ଓ ଅସହାୟ ଲୋକ ଏହି ଏଟିଏମ୍ ଜରିଆରେ ନିଜ ଆବଶ୍ୟକତା ଅନୁଯାୟୀ ଚାଉଳ ଯେକୌଣସି ସମୟରେ ନେଇପାରନ୍ତି । ଯଦି କାହା ପାଖରେ ଖାଇବାକୁ କିଛି ନଥାଏ ତାହେଲେ ସେ ନିଜ ଘରୁ ଖାଇବା ସାମଗ୍ରୀ ମଧ୍ୟ ଦିଅନ୍ତି । ଲକଡାଉନ୍ ସମୟରେ ରାମୁ ଡୋସାପଟୀ ଲୋକଙ୍କୁ ରାସନ ବାଣ୍ଟୁଛନ୍ତି । ଅନେକ ଲୋକଙ୍କୁ ସାହାଯ୍ୟ କରିଛନ୍ତି ଏବଂ ଏବେ ମଧ୍ୟ କରୁଛନ୍ତି । ପାଖାପାଖି ୧୭୦ ଦିନ ହେଲା ସେ ଏହି କାମ କରୁଛନ୍ତି । ଲୋକଙ୍କୁ ରାସନ ବାଣ୍ଟୁଥିବାରୁ ତାଙ୍କୁ ବର୍ତ୍ତମାନ ଅନ୍ୟ ଲୋକଙ୍କ ସାହାଯ୍ୟ ମଧ୍ୟ ମିଳିବାରେ ଲାଗିଛି ।

ସୂଚନା ଅନୁଯାୟୀ, ରାମୁ ଏବେ ସୁଦ୍ଧା ନିଜ ପାକେଟରୁ ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ପାଖାପାଖି ୧୫ ହଜାର ଲୋକଙ୍କୁ ସାହାଯ୍ୟ କରି ସାରିଛନ୍ତି । ରାମୁ ସ୍ନାତକ ପରେ ଏମବିଏ କରିଛନ୍ତି ଏବଂ ଏକ ସଫ୍ଟୱେୟାର ଫର୍ମ ରେ ଏଚଆର ମ୍ୟାନେଜର ଅଛନ୍ତି । ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ଠାରୁ ପ୍ରେରିତ ହୋଇ ସେ ଲୋକଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିଲେ।

Show More
Back to top button