

ସତ୍ୟଶିଖା( ଭୁବନେଶ୍ୱର )୧୪.୦୯ . ୨୦୨୨: ଓଡ଼ିଶାରେ ସକ୍ରିୟ ହୋଇଛି ସିମବକ୍ସ ରାକେଟ୍ । ସିମବକ୍ସ ମେସିନ୍ ମାଧ୍ୟମରେ ପ୍ରି-ଆକ୍ଟିଭ୍ ସିମ୍ ବ୍ୟବହାର କରି ସାଇବର୍ ଠକେଇ କରୁଥିବା ଏକ ରାକେଟ୍ର ପର୍ଦ୍ଦାଫାସ କରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାର ମାଷ୍ଟର ମାଇଣ୍ଡ ବିଶାଲ ଖଣ୍ଡେଲଓ୍ୱାଲଙ୍କ ସମେତ ୬ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଛି । ଏହି ରାକେଟ କେଓ୍ୱାଇସି ମାଗିବା ନାଁରେ ଫେକ୍ ମେସେଜ୍ ପଠାଇ ସାଇବର୍ ଠକେଇ କରିଆସୁଥିଲା । ଟେଲିକମ ବିଭାଗର ଅଭିଯୋଗ ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ ନିମନ୍ତେ ଏକ ଟିମ୍ ଗଠନ କରିଥିଲା। ପ୍ରି- ଆକ୍ଟିଭେଟେଡ ସିମ୍କୁ ନେଇ ସିମ୍ବକ୍ସ ମେସିନରେ ପକାଇ ଏହି ଠକେଇ କରାଯାଇଥିଲା। ପ୍ରାଥମିକ ତଦନ୍ତରୁ ଏହା ଓଡ଼ିଶା ଓ ବିହାରରେ କାର୍ଯ୍ୟକ୍ଷମ ଥିବା ଜଣାପଡ଼ିଥିଲା। ଓଡ଼ିଶାର ମୟୂରଭଞ୍ଜ ଖୁଣ୍ଟିରେ ଏହି ରାକେଟ ସକ୍ରିୟ ଥିବା ତଦନ୍ତ ବେଳେ ଜଣା ପଡ଼ିଥିଲା। ଏହାପରେ ପୁଲିସ୍ ଖୁଣ୍ଟିରେ ଚଢ଼ାଉ କରି ସେଠାରୁ ବେତନଟୀ, ବାରିପଦା ଆଦି ଅଞ୍ଚଳରେ ଚଢଉ କରି ୬ ଅଭିଯୁକ୍ତଙ୍କୁ ଗିରଫ କରିଛି। ପ୍ରଥମେ କ୍ରାଇମବ୍ରାଞ୍ଚ ଟିମ୍ ରାକେଟର ମାଷ୍ଟର ମାଇଣ୍ଠ ବିଶାଲ ଖଣ୍ଡେଲୱାଲଙ୍କୁ ଗିରଫ କରିଥିବା ବେଳେ ପରେ ତା’ର ଅନ୍ୟ ସହଯୋଗୀଙ୍କୁ ଗିରଫ କରିଛି। କ୍ରାଇମବ୍ରାଞ୍ଚ ଅଭିଯୁକ୍ତଙ୍କଠାରୁ ବିପୁଳ ପରିମାଣର ସିମ୍ ଏବଂ ସିମବକ୍ସ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ଧରିବାକୁ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ ।