ଚେନ୍ନାଇ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ୁଥିବା ଦେଖି ତାମିଲନାଡୁର ୪ ଜିଲ୍ଲାକୁ ଶଟଡାଉନ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଜୁନ୍ ୧୯ରୁ ୩୦ ସମ୍ପୂର୍ଣ୍ଣ ଶଟଡାଉନ୍ ହେବ ବୋଲି ତାମିଲନାଡୁ ସରକାର ଘୋଷଣା କରିଛନ୍ତି। ଚେନ୍ନାଇ, ଚେଙ୍ଗଲପଟ୍ଟୁ, ଥୀରୁଭଲ୍ଲୁର ଏବଂ କାଞ୍ଚିପୁରମକୁ ୧୨ ଦିନ ପାଇଁ ଶଟଡାଉନ୍ କରାଯାଇଛି। ଏହି ସମୟରେ ସ୍ୱାସ୍ଥ୍ୟ ସେବା ଜାରି ରହିବ। ବିମାନ ଏବଂ ଟ୍ରେନ ସେବା ନିୟମ ମୁତାବିକ ଚାଲିବ। ତେବେ କ୍ୟାବ ଏବଂ ଅଟୋ ରିକ୍ସା ଚଳାଚଳ ଉପରେ ରୋକ୍ ଲଗାଇଛନ୍ତି ସରକାର। ଏଥିସହ ନିଜ ଘରୁ ଦିଇ କୋଲମିଟର ଭିତରେ ଥିବା ଦୋକାନକୁ ଜରୁରୀ ସାମଗ୍ରୀ କିଣିବାକୁ ଗଲେ ବାଇକ୍ କିମ୍ୱା ସ୍କୁଟି ବ୍ୟବହାର ନକରିବାକୁ ଆହ୍ୱାନ କରିଛନ୍ତି ରାଜ୍ୟ ସରକାର।
ଆହୁରି ପଢ଼ନ୍ତୁ
ତେବେ ଏହି ସମୟରେ ସରକାରୀ ଅଫିସ ଖୋଲା ରହିବ। ଅଫିସରେ ୩୩ ପ୍ରତିଶତ କର୍ମଚାରୀ କାମ ଉପସ୍ଥିତ ରହିବେ ବୋଲି ସରକାର ନିର୍ଦ୍ଦେଶ ଦେଇଛନ୍ତି। ତେବେ କଣ୍ଟେନମେଣ୍ଟ ଜୋନରେ ଥିବା କର୍ମଚାରୀ ଅଫିସ ଆସିବେ ନାହିଁ। ସକାଳ ୬ଟାରୁ ଅପରାହ୍ନ ୨ଟା ଯାଏ ଗ୍ରୋସରୀ ଏବଂ ପରିବା ଦୋକାନ ଖୋଲା ରହିବ।
ସୂଚନାଯୋଗ୍ୟ, ଗତକାଲିର ରିପୋର୍ଟ ଅନୁଯାୟୀ ତାମିଲନାଡୁରେ ୧,୯୭୪ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ବେଳେ ୩୮ ଜଣଙ୍କର ମୃତ୍ୟୁ ଘଟିଥିଲା। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୪୪,୬୬୧ ହୋଇଥିଲା। ରବିବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୧,୪୧୫ ଜଣ ଟେନ୍ନାଇରେ ଥିଲେ। ରବିବାର ସୁଦ୍ଧା ଚେନ୍ନାଇରେ କେବଳ ୩୧,୮୯୬ ଜଣ ସଂକ୍ରମିତ ହୋଇଥିଲେ।