ରାଜ୍ୟ

୪୮ ଘଣ୍ଟା ଶଟ୍‌ ଡାଉନ୍‌ର ରହସ୍ୟ ଖୋଲିଲେ ଡାକ୍ତର

କଟକ (ସତ୍ୟଶିଖା): କରୋନା ମୁକାବିଲା ପାଇଁ ଆଜି ଭୁବନେଶ୍ୱର, ଭଦ୍ରକ ଓ କଟକକୁ ୪୮ ଘଣ୍ଟା ଶଟ୍ ଡାଉନ କରି ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ରାତି ଆଠରୁ ରବିବାର ରାତି ଆଠଟା ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶ ଲାଗୁ ହେବ । ତେବେ କ’ଣ ପାଇଁ ସରକାର ଶଟ୍ ଡାଉନ୍ ପାଇଁ ନିଷ୍ପତ୍ତି ନେଲେ ସେ ପ୍ରସଙ୍ଗରେ ରହସ୍ୟ ଖୋଲିଛନ୍ତି ଏସ୍‌ସିବି ଭେଷଜ ବିଭାଗ ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା।

ଆହୁରି ପଢ଼ନ୍ତୁ

ସେ କହିଛନ୍ତି ଯେ, କରୋନା ଭୂତାଣୁ ଅନ୍ୟ ଭୂତାଣୁଙ୍କ ଠାରୁ ଟିକେ ଭିନ୍ନ ଧରଣର। ଏମାନେ ବାହ୍ୟ ସ୍ତରରେ ୪୮ରୁ ୭୨ ଘଣ୍ଟା ମଧ୍ୟରେ ମରିଯାନ୍ତି। କେବଳ ନାକ, ପାଟି, ଲାଳ ଦ୍ୱାରା ଏହି ଭୂତାଣୁ ବ୍ୟାପିଥାଏ।

ଡାକ୍ତର ଆହୁରି କହିଛନ୍ତି ଯେ, କରୋନା ଭୂତାଣୁ ପୋଷାକ, ବହି, ଚଷମା ଆଦିରେ ଥିଲେ ୪୮ରୁ ୭୨ ଘଣ୍ଟାରେ ମରିଯିବେ। ଯଦି ପୂର୍ଣ୍ଣ ସଟ୍ ଡାଉନ୍ କରାଯିବ, ତେବେ ଏହା ମରିଯିବେ, ବ୍ୟାପିବେନି।

[ad_2]
Show More
Back to top button