ରାଜ୍ୟ

୪୦ ଡେଇଁଲା ୧୪ ସହର | Satyasikha

ଭୁବନେଶ୍ୱର(ସତ୍ୟଶିଖା): ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଆଜି ୧୪ ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ୪୩.୭ ସହ ଆଜି ଅନୁଗୋଳ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ହୋଇଛି। ଫଳରେ ଜୀବନଯାତ୍ରା ପ୍ରଭାବିତ ହୋଇଛି।

ଆହୁରି ପଢ଼ନ୍ତୁ

ଆଜି ଟିଟିଲାଗଡ଼ ୪୩, ବୌଦ୍ଧ ୪୨.୮, ସମ୍ବଲପୁର ୪୨.୬, ହୀରାକୁଦ, ବଲାଙ୍ଗିର ଓ ତାଳଚେର ୪୨.୫, ସୋନପୁର ୪୨.୪, ଝାରସୁଗୁଡ଼ା ୪୨.୨, ଭବାନୀପାଟଣା ୪୨, ମାଲକାନଗିରି ୪୧, ଫୁଲବାଣୀ ୪୦.୪, ପାରଳାଖେମୁଣ୍ଡି ଓ ସୁନ୍ଦରଗଡ଼ ୪୦ ଡିଗ୍ରୀ, ଭୁବନେଶ୍ୱର ୩୬.୩ ଏବଂ କଟକ ତାପମାତ୍ରା ୩୬.୨ ଡିଗ୍ରୀ ସେଲସିୟସ୍‌ ରହିଛି।

ତାପମାତ୍ରା ବୃଦ୍ଧି ପାଉଥିବାରୁ ରାଜଧାନୀ ଭୁବନେଶ୍ୱରରେ ଜୀବନ ଯାତ୍ରା ପ୍ରଭାବିତ ହୋଇଛି। ଦିନ ୧୧ଟା ବେଳକୁ ରାସ୍ତାଘାଟ ଶୂନ୍‌ଶାନ୍‌ ହୋଇଯାଉଛି। ଏପରିକି ଲୋକେ ଘରୁ ବାହାରିବାକୁ ନିରାପଦ ମଣୁ ନାହାନ୍ତି।

[ad_2]
Show More
Back to top button