୩ ଦିନ ପାଇଁ ଏହି ଅଞ୍ଚଳକୁ ଶଟ୍‌ଟାଉନ୍‌ ଘୋଷଣା କଲେ ଜିଲ୍ଲାପାଳ

ପାରଳାଖେମୁଣ୍ଡି (ଆଦର୍ଶ ଦାସ): ମହାମାରୀ କରୋନା ସ୍ଥିତିକୁ ଦେଖି ଗଜପତି ଜିଲ୍ଲା ପ୍ରଶାସନ ପାରଳାଖେମୁଣ୍ଡି ସହର, ଗୋଷାଣୀ, ଗୁମ୍ମା ବ୍ଲକ ଓ କାଶୀନଗର ବ୍ଲକ ରାଣୀପେଣ୍ଠ ପଞ୍ଚାୟତକୁ ୩ ଦିନ ପାଇଁ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ୨୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଶଟ୍‌ଡାଉନ୍‌ ରହିବ ପୂରା ଅଞ୍ଚଳ। କେବଳ ଜରୁରୀ ମେଡିକାଲ କାର୍ଯ୍ୟ ଓ କ୍ଷୀର ପାଇଁ ଅନୁମତି ଦିଆଯିବ। କରୋନା ଲକ୍ଷଣ ଯାଞ୍ଚ ପାଇଁ ୪୦ ମେଡିକାଲ ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ଘରକୁ ଘର ବୁଲି ଲୋକଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିବ। ଏଥିରେ ଜନସାଧାରଣ ଲୋକ ସହଯୋଗ କରିବାକୁ ପାଇଁ ଟ୍ୱିଟ୍‌ କରିଛନ୍ତି ଜିଲ୍ଲାପାଳ।

ଆହୁରି ପଢ଼ନ୍ତୁ

ଗତ ସପ୍ତାହେ ହେବ ପାରଳାଖେମୁଣ୍ଡି ସହର, ଗୋଷାଣୀ, ଗୁମ୍ମା ବ୍ଲକ ଓ କାଶୀନଗର ବ୍ଲକ ରାଣୀପେଣ୍ଠ ପଞ୍ଚାୟତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଥିବା ବେଳେ ସାନିଟାଇଜ୍‌ କରାଯାଉଛି। ସ୍ଥିତିକୁ ଦେଖି ଜିଲ୍ଲାପାଳ ଶଟ୍‌ଡାଉନ୍‌ ଘୋଷଣା କରିଛନ୍ତି। ଆସନ୍ତା ରବିବାର, ସୋମବାର ଓ ମଙ୍ଗଳବାର ଶଟ୍‌ଡାଉନ୍‌ ରହିବ। କିନ୍ତୁ ଆସନ୍ତାକାଲି ସକାଳ ୫ଟା ରାତି ୯ଟା ପର୍ଯ୍ୟନ୍ତ ଗଜପତି ଜିଲ୍ଲା ଖୋଲା ରହିବ। ଲୋକମାନେ ଚାହିଁଲେ ସେହି ସମୟ ଭିତରେ କିଣାକିଣ କରିପାରିବେ। ମାତ୍ର ଏଥିପାଇଁ ସାମାଜିକ ଦୂରତ୍ୱ ମାନିବାକୁ କୁହାଯାଇଛି।

‘କରୋନା’କୁ ନେଇ ଜିଲ୍ଲାର ସ୍ଥିତିକୁ ଦେଖିଲେ ଆଜି ସୁଦ୍ଧା ଜିଲ୍ଲାରେ ୪୧୧ ଜଣ ଆକ୍ରାନ୍ତ ହୋଇଛନ୍ତି। ସେଥିରୁ ୧୨୧ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏବେ ୨୯୦ ଜଣ କୋଭିଡ୍‌ ଚିକିତ୍ସିତ ହେଉଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Exit mobile version