ନ୍ୟୁଜ୍ରାଜ୍ୟ

ନୂଆ ‘ଡିଜିପି’ ନିଯୁକ୍ତି ପାଇଁ ଗୃହ ବ୍ୟାପାର ମନ୍ତ୍ରାଳୟକୁ ତାଲିକା ପଠାଇଲା ଓଡ଼ିଶା

ସତ୍ୟଶିଖା ( ଭୁବନେଶ୍ୱର )୩୦/୧୦ /୨୦୨୧: ନୂତନ ପୁଲିସ ମହାନିର୍ଦେଶକ ନିଯୁକ୍ତି ନିମନ୍ତେ ପ୍ରକ୍ରିୟା ଆରମ୍ଭ କରି ଓଡ଼ିଶା ସରକାର କେନ୍ଦ୍ର ଗୃହମନ୍ତ୍ରାଳୟ ବ୍ୟାପାର ମନ୍ତ୍ରାଳୟକୁ ୧୪ଜଣ ‘ଆଇପିଏସ୍‌’ ଅଧିକାରୀଙ୍କ ତାଲିକା ପଠାଇଛନ୍ତି। ସାଧାରରଣ ପ୍ରଶାସନ ପଠାଇଥିବା କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରାଳୟ ଉକ୍ତ ତାଲିକାକୁ ‘ୟୁନିୟନ୍‌ ପବ୍ଲିକ୍‌ ସର୍ଭିସ୍‌ କମିସନ୍‌’କୁ (ୟୁପିଏସ୍‌ସି) ପଠାଇବ। ନଭେମ୍ବର ଶେଷ କିଂବା ଡିସେମ୍ବର ପ୍ରଥମ ସପ୍ତାହରେ ‘ୟୁପିଏସ୍‌ସି’ ଏ ସଂକ୍ରାନ୍ତରେ ବୈଠକ କରିବ ବୋଲି ବିଶେଷସୂତ୍ରରୁ ପ୍ରକାଶ।

୨୦୧୯ ନଭେମ୍ବରରେ ‘ଡିଜିପି’ ଭାବେ ନିଯୁକ୍ତି ପାଇଥିବା ୧୯୮୬ ବ୍ୟାଚ୍‌ର ‘ଆଇପିଏସ୍‌’ ଅଧିକାରୀଙ୍କ କାର୍ଯ୍ୟକାଳ ଚଳିତ ବର୍ଷ ଡିସେମ୍ବର ୩୧ରେ ଶେଷ ହେବ । ଅକ୍ଟୋବର ୨୫ ତାରିଖ ଦିନ ସାଧାରଣ ପ୍ରଶାସନ ବିଭାଗ ଉପରୋକ୍ତ ତାଲିକା ପଠାଇଛି। ଏହି ତାଲିକାରେ ୧୯୮୬ ବ୍ୟାଚ୍‌ର ‘ଆଇପିଏସ୍‌’ ଅଧିକାରୀ ପ୍ରଦୀପ କପୁର ଏବଂ ବି. କେ. ଶର୍ମା, ୧୯୮୭ ବ୍ୟାଚ୍‌ର ‘ଆଇପିଏସ୍‌’ ଅଧିକାରୀ ସୁନୀଲ କୁମାର ବଂଶଲ୍‌, ୧୯୮୮ ବ୍ୟାଚ୍‌ର ‘ଆଇପିଏସ୍‌’ ଅଧିକାରୀ ଏମ୍‌. କେ. ଛାବ୍ରା, ସନ୍ତୋଷ କୁମାର ଉପାଧ୍ୟାୟ, ବିନୟାନନ୍ଦ ଝା ଏବଂ ଅରୁଣ କୁମାର ରାୟ, ୧୯୮୯ ବ୍ୟାଚ୍‌ର ‘ଆଇପିଏସ୍‌’ ଅଧିକାରୀ ପ୍ରାଣବିନ୍ଦୁ ଆଚାର୍ଯ୍ୟ, ଏମ୍‌. ଏ. ପ୍ରସାଦ, ବି. ରାଧିକା ଏବଂ ଏସ୍‌. ଏମ୍‌. ନରଓ୍ଵଣେଙ୍କ ନାମ ରହିଛି।

ଏହା ବ୍ୟତିରେକେ, ୧୯୯୦ ବ୍ୟାଚ୍‌ର ‘ଆଇପିଏସ୍‌’ ଅଧିକାରୀ ଓ୍ଵାଇ. ବି. ଖୁରାନିଆ, ସୁଧାଂଶୁ ଷଡ଼ଙ୍ଗୀ ଏବଂ ଅରୁଣ କୁମାର ଷଡ଼ଙ୍ଗୀଙ୍କ ନାମ ମଧ୍ୟ ଉକ୍ତ ତାଲିକାରେ ରହିଛି। ଚଳିତ ବର୍ଷ ନଭେମ୍ବରରେ ଚାକିରି ଶେଷ ହେଉଥିବାରୁ ୧୯୮୮ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ତଥା ଅଗ୍ନିଶମ ବିଭାଗର ମହାନିର୍ଦେଶକ ଏମ୍‌. ଅକ୍ଷୟଙ୍କ ନାମ ଏଥିରେ ଅନ୍ତର୍ଭୁକ୍ତ କରାଯାଇନାହିଁ।

 

Show More
Back to top button