ଖେଳ
୩୫୦ ପରିବାରର ଦାୟିତ୍ୱ ନେଲେ ଶାହାବାଜ ନଦୀମ


କୋଲକାତା: କରୋନା ମୁକାବିଲା ପାଇଁ ସହାୟତାର ହାତ ବଢ଼ାଇଛନ୍ତି କ୍ରିକେଟର ଶାହାବାଜ ନୀଦମ। ଲକଡାଉନ ଯୋଗୁ ଖାଇବାକୁ ନ ପାଇ ହଇରାଣ ହେଉଥିବା ପ୍ରାୟ ୩୫୦ ପରିବାରକୁ ଖାଇବାକୁ ଦେବାକୁ ଘୋଷଣା କରିଛନ୍ତି।
ଆହୁରି ପଢ଼ନ୍ତୁ
ଶାହାବାଜ ଏବେ ଧନବାଦ ଝାରିୟା ସ୍ଥିତ ଘରେ ରହୁଛନ୍ତି। ତାଙ୍କ ଘର ନିକଟରେ ରହୁଥିବା ପ୍ରାୟ ୩୫୦ ପରିବାର ରହୁଛନ୍ତି। ହେଲେ ଲକଡାଉନ ପାଇଁ ସେମାନେ କୌଣସି ପ୍ରକାରର ଖାଇବାକୁ ପାଉନାହାନ୍ତି। ଫଳରେ ନଦୀମ ସମସ୍ତ ପରିବାର ବର୍ଗଙ୍କୁ ଚାଉଳ, ପରିବା ଓ ଚିନି ଯୋଗାଇ ଦେଉଛନ୍ତି।
ବର୍ତ୍ତମାନ ସୁଦ୍ଧା ୧୫୦ ପରିବାର ବର୍ଗଙ୍କୁ ନଦୀମ ସମସ୍ତ ସାମଗ୍ରୀ ଯୋଗାଇ ସାରିଛନ୍ତି। ଆହୁରି ୨୦୦ ପରିବାରକୁ ଏହା ସେ ଦେବେ। ୩୦ ବର୍ଷୀୟ ନଦୀମ ଗତବର୍ଷ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପାଇଁ ଟେଷ୍ଟ ଡେବ୍ୟୁ କରିଥିଲେ।