ନୂଆଦିଲ୍ଲୀ: ମଙ୍ଗଳବାର କେନ୍ଦ୍ର ସରକାର କହିଛନ୍ତି ୩୨ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ୨୯,୩୫୨ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯାଇଛି। ଗରିବ ଲୋକଙ୍କୁ ପ୍ରଧାନ ମନ୍ତ୍ର ଗାରିବ କଲ୍ୟାଣ ଯୋଜନା ଅଧୀନରେ ଏହି ସହାୟତା ମିଳିଛି। ଅନ୍ୟପକ୍ଷରେ ୫.୨୯ କୋଟି ହିତାଧିକାରୀଙ୍କୁ ମାଗଣା ରାସନ ଦିଆଯାଇଛି।
ଗତ ମାର୍ଚ୍ଚ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ (PMGKP) ଅଧୀନରେ ଏହି ସହାୟତା ପ୍ରଦାନ କରାଯାଇଥିଲା। ଲକ୍ଡାଉନ୍ କାରଣରୁ କଟକଣା ରହିଥିବା ଆର୍ଥିକ ସ୍ତରରେ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ଏପରି ବ୍ୟବସ୍ଥା କରାଯାଇଥିଲା।
ଅର୍ଥ ମନ୍ତ୍ରଣାଳୟର ରାଜେଶ ମଲହୋତ୍ରା କହିଛନ୍ତି, “ସର୍ବୋଚ୍ଚ ସ୍ତରରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ର ତ୍ୱରିତ କାର୍ଯ୍ୟକାରିତା ଉପରେ ନଜର ରଖାଯାଉଛି। ଗତକାଲି ସୁଦ୍ଧା ୩୨ କୋଟିରୁ ଅଧିକ ଗରିବ ଲୋକଙ୍କୁ ପ୍ୟାକେଜ୍ ଅଧୀନରେ ୨୯,୩୫୨ କୋଟି ଟଙ୍କା ପ୍ରତ୍ୟକ୍ଷ ନଗଦ ସହାୟତା ପ୍ରଦାନ କରାଯାଇଛି।
ସେ ଆହୁରି ମଧ୍ୟ କହିଛନ୍ତି, ୫.୨୯ କୋଟି ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଖାଦ୍ୟ ଶସ୍ୟର ମାଗଣା ରାସନ ପ୍ରଦାନ କରାଯାଇଛି। ବଣ୍ଟନ ପାଇଁ ବିଭିନ୍ନ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ୩,୮୮୫ ମିଲିଅନ୍ ଟନ୍ ଡାଲି ପଠାଯାଇଛି।
ଆହୁରି ପଢ଼ନ୍ତୁ
ମନ୍ତ୍ରଣାଳୟ ପକ୍ଷରୁ କୁହଯାଇଛି, ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଲା ଯୋଜନା (PMUY) ଅଧୀନରେ ପ୍ରାୟ ୧.୩୯ କୋଟି ସିଲିଣ୍ଡର ବୁକ୍ ହୋଇଛି। ଏଥିମଧ୍ୟରୁ ୯୭.୮ ଲକ୍ଷ ମାଗଣା ସିଲିଣ୍ଡର PMUY ହିତାଧିକାରୀଙ୍କୁ ପ୍ରଦାନ କରାଯାଇଛି।
ଅନ୍ୟପକ୍ଷରେ ଅଣସଂଗଠିତ ସେକ୍ଟରରେ ଲକ୍ଷ ଲକ୍ଷ ଲୋକ କାମ କରିପାରୁନଥିବାରୁ ସେମାନଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ବିଶେଷକରି କରୋନା ଭାଇରସ୍ ଲକ୍ଡାଉନ୍ ଯୋଗୁ ପ୍ରବାସୀ ଶ୍ରମିକ ମଧ୍ୟ ହଇରାଣରେ ଅଛନ୍ତି। କେନ୍ଦ୍ର ସରକାର ଏପରି ସଙ୍କଟ ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ପୂର୍ବରୁ ରିଲିଫ୍ ପଦକ୍ଷେପ ଘୋଷଣା କରିଥିଲେ। ଏହାପରେ ଅର୍ଥ ମନ୍ତ୍ରଣାଳୟ ଆଜି କହିଛି ସର୍ବୋଚ୍ଚ ସ୍ତରରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ୍ର କାର୍ଯ୍ୟକାରିତା ଉପରେ ନଜର ରଖାଯାଉଛି। ଏହି ଯୋଜନାରେ ଖାଦ୍ୟ ସୁରକ୍ଷା ସମେତ କୋଭିଡ୍-୧୯ ଲକ୍ଡାଉନ୍ ଦ୍ୱାରା ପ୍ରଭାବିତ ଲୋକଙ୍କ ପାଇଁ ପଦକ୍ଷେପ ଆଦି ରହିଛି।