ରାଜ୍ୟ

୩୨୮ ବର୍ଷ ତଳେ ଏମିତି ଅଘୋଷିତ କର୍ଫ୍ୟୁ ଲାଗିଥିଲା ଶ୍ରୀମନ୍ଦିରରେ

ପୁରୀ(ସତ୍ୟଶିଖା): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା ହେଉଛନ୍ତି ମହାପ୍ରଭୁ ଜଗନ୍ନାଥ। ପ୍ରତିଦିନ ତାଙ୍କ ଦର୍ଶନ ପାଇବା ପାଇଁ ଦୂରଦୂରାନ୍ତୁ ଧାଇଁ ଆସନ୍ତି ଶ୍ରଦ୍ଧାଳୁ। ହେଲେ ଆଜି ସେହି ବଡ଼ଦାଣ୍ଡ ଖାଲି ପଡ଼ିଛି। ମହାପ୍ରଭୁଙ୍କୁ ଦର୍ଶନ କରିପାରୁ ନାହାନ୍ତି ଭକ୍ତ। ସତେଯେମିତି ବଡ଼ଦାଣ୍ଡରେ ଅଘୋଷିତ କର୍ଫ୍ୟୁ ଲାଗିଲା ଭଳି ଲାଗୁଛି। ୩୨୮ ବର୍ଷ ପରେ ପ୍ରଥମ ଥର ପାଇଁ ବଡ଼ଦେଉଳରେ ମହାପ୍ରଭୁଙ୍କୁ ଦର୍ଶନ କରିପାରି ନାହାନ୍ତି ଶ୍ରଦ୍ଧାଳୁ। ଏଥର ଏକ୍ରାମ ଖାଁଙ୍କ ଆକ୍ରମଣ ପାଇଁ ନୁହେଁ, ବରଂ ‘କରୋନା’ ପାଇଁ ଭଗବାନଙ୍କୁ ଦର୍ଶନ କରିପାରୁ ବଞ୍ଚିତ ହୋଇଛନ୍ତି ଭକ୍ତ। କିନ୍ତୁ ମହାପ୍ରଭୁଙ୍କ ନୀତିକାନ୍ତି ଚାଲିଛି।

‘କରୋନା’ ପାଇଁ ଶ୍ରୀମନ୍ଦିର ଭିତରକୁ ଯାଇପାରୁ ନାହାନ୍ତି ଶ୍ରଦ୍ଧାଳୁ। କାରଣ ଏଥିପାଇଁ ରାଜ୍ୟ ସରକାର କଟକଣା ଜାରି କରିଛନ୍ତି। ଯେଉଁପାଇଁ ଆଜି ପୂରା ଖାଁ ଖାଁ ରହିଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର। ନା କୌଣସି ଶ୍ରଦ୍ଧାଳୁଙ୍କ ଦେଖା ମିଳୁଛି ନା କୌଣସି ଦର୍ଶନାର୍ଥୀ ଆସିଛନ୍ତି।

ଆହୁରି ପଢ଼ନ୍ତୁ

ତେବେ ମାଦଳା ପାଞ୍ଜିର ତଥ୍ୟ ଅନୁସାରେ ସେତେବେଳେ ଘଣ୍ଟ ଓ ଘଣ୍ଟା ବାଜିନଥିଲା। ଋକୁଣୀ ହରଣ ଏକାଦଶୀ ନୀତି ହେଲାନି। ସ୍ନାନ ପୂର୍ଣ୍ଣିମା ନୀତି ବାହାର ପୋଖରୀରେ ହେଲା, ମହାଦୀପ ମନ୍ଦିର ଉପରକୁ ଉଠିଲାନି ଓ ସେହିବର୍ଷ ରଥଯାତ୍ରା ବିଧି ମୁତାବକ ମନ୍ଦିର ଭିତରେ ହୋଇଥିଲା। ସେତେବେଳେ ଭଗବାନଙ୍କଠାରୁ ଭକ୍ତମାନେ ଅଲଗା ରହିଥିଲେ। ସେଥିରେ ବାଧକ ସାଜିଥିଲା ଏକ୍ରାମ ଖାଁ। ଲୁଣ୍ଠନକାରୀଙ୍କ ଆକ୍ରମଣ ଯୋଗୁ ଅଲଗା ହୋଇଥିଲେ ଭକ୍ତ ଓ ଭଗବାନ। ପୁଣି ୩୨୮ ବର୍ଷ ପରେ ସେହି ଘଟଣା ପୁନରାବୃତ୍ତି ଘଟିଛି। ଏଥର ‘କରୋନା’ ପାଇଁ ଭଗବାନଙ୍କଠାରୁ ଭକ୍ତ ଅଲଗା ହୋଇଛନ୍ତି।

[ad_2]
Show More
Back to top button