୩୧୦ କିଲୋମିଟର ଚାଲିଚାଲି ଆସିବାବେଳେ ଟଳି ପଡ଼ିଲେ ପ୍ରବାସୀ ଓଡ଼ିଆ ଶ୍ରମିକ


ହାଇଦ୍ରାବାଦ: ନିଜ ସାଙ୍ଗମାନଙ୍କ ସହିତ ହାଇଦ୍ରାବାଦରୁ ଚାଳିଚାଲି ଓଡ଼ିଶା ଆସୁଥିବା ବେଳେ ଭଦ୍ରାଚଳମଠାରେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ଘର ମାଲକାନଗିରି ବୋଲି ଜଣାପଡ଼ିଛି। ଅଂଶୁଘାତ ପାଇଁ ଏହି ୨୧ ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ମୃତକଙ୍କ ନାମ ଓ ଗାଁ ଠିକଣା ବାବଦରେ ସୂଚନା ମିଳିପାରି ନାହିଁ।
ଲକଡାଉନ୍ ସାଙ୍ଗକୁ ପାଖରେ ଥିବା ଆର୍ଥିକ ସମ୍ୱଳ କମିଯାଉଥିବା ଦେଖି ସାଙ୍ଗମାନଙ୍କ ସହିତ ଗାଁକୁ ଆସିବାକୁ ଚିନ୍ତା କରିଥିଲେ ଯୁବକ ଜଣଙ୍କ। ହେଲେ ହାଇଦ୍ରାବାଦରେ ରହୁଥିବା ଘରଠୁ ୩୧୦ କିଲୋମିଟର ଚାଲିଚାଲି ଆସିବା ପରେ ଏହି ୨୧ ବର୍ଷୀୟ ଯୁବକ ଜଣଙ୍କ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ସେ ବାନ୍ତି କରିବା ସହିତ ଅଚେତ ହୋଇପଡ଼ିଥିଲେ।
ଆହୁରି ପଢ଼ନ୍ତୁ
ଏହାପରେ ଯୁବକଙ୍କ ସାଙ୍ଗମାନେ ପୁଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଯୁବକଙ୍କୁ ମୃତ ଘୋଷଣା କରିଥିଲେ। ପ୍ରବଳ ଖରା ହେଉଥିବାରୁ ଯୁବକ ଜଣଙ୍କ ଅଂଶୁଘାତରେ ମତ୍ୟୁବରଣ କରିଛନ୍ତି ବୋଲି ଡାକ୍ତର ଅନୁମାନ କରିଛନ୍ତି। କାରଣ ମୃତ ଯୁବକଙ୍କ ଶରୀରର ଚର୍ମ ଓ ମୁହଁ ଶୁଖି ଯାଇଥିଲା। ମୃତକଙ୍କ ସାଙ୍ଗମାନେ କହିଛନ୍ତି, ସୋମବାର ଅପରାହ୍ନରେ ଘରୁ ବାହାରିବା ବେଳେ ସେମାନେ ଯାହା ଖାଇଥିଲେ।
ସ୍ଥାନୀୟ ପ୍ରଶାସନ ମୃତକଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ଏହାପରେ ମୃତକଙ୍କ ପରିବାର ଲୋକେ ଗାଡ଼ି ବନ୍ଦୋବସ୍ତ କରି ମୃତକଙ୍କୁ ମାଲକାନଗିରି ଆଣିଥିବା ସୂଚନା ରହିଛି।






