ଦେଶ

୩୦ ଜିଲ୍ଲାରେ ଜାରି ରହିପାରେ କଡ଼ା କଟକଣା ସହିତ ଲକ୍‌ଡାଉନ୍‌, ଓଡ଼ିଶାରୁ ଅଛି ଏହି ଜିଲ୍ଲା

ନୂଆଦିଲ୍ଲୀ: ଆଜି ଶେଷ ହେଉଛି ଲକ୍‌ଡାଉନ୍‌ର ତୃତୀୟ ପର୍ଯ୍ୟାୟ ଅବଧି। ଲକ୍‌ଡାଉନ୍‌ର ଚତୁର୍ଥ ପର୍ଯ୍ୟାୟ ବା ଲକ୍‌ଡାଉନ୍‌ ୪.୦ ନିଶ୍ଚିତ ଭାବେ ଲଗା ଯିବ ବୋଲି କୁହାଯାଉଛି। କାରଣ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବରୁ ଏ ନେଇ ଆଭାସ ଦେଇ ସାରିଛନ୍ତି। ତେବେ ଏହାର ରୂପରେଖ କ’ଣ ହେବ, ପୂରା ଦେଶରେ ଲକ୍‌ଡାଉନ୍‌ ରହିବ ନା କେବଳ କିଛି ଜିଲ୍ଲାରେ ରହିବ, ସେ ନେଇ ଆଉ କିଛି ସମୟ ପରେ ସ୍ପଷ୍ଟ ଚିତ୍ର ଆସିଯିବ। ତେବେ ତା’ପୂର୍ବରୁ ସୂଚନା ମିଳିଛି ଯେ ଦେଶର ୩୦ଟି ଜିଲ୍ଲାରେ ଲକ୍‌ଡାଉନ୍‌ କଡ଼ାକଡ଼ି ଭାବେ ଜାରି ରହିବ। ଏଗୁଡ଼ିକ ହେଉଛି ସେହି ସବୁ ଜିଲ୍ଲା ଯେଉଁଠାରେ କରୋନାର ପ୍ରଭାବ ଅଧିକ ରହିଛି। କିଛି ଜାତୀୟ ଗଣମାଧ୍ୟମରେ ଏଭଳି ଖବର ପ୍ରକାଶ ପାଇଛି।

ସୂଚନା ଅନୁଯାୟୀ, ମହରାଷ୍ଟ୍ରର ରାଜଧାନୀ ମୁମ୍ବାଇ ସହିତ ଔରଙ୍ଗାବାଦ, ପୁଣେ, ପାଲଘର, ସୋଲାପୁର, ନାସିକ ଓ ଠାଣେ ଆଦିରେ ଲକ୍‌ଡାଉନ୍‌ କଟକଣା ପୂର୍ବଭଳି କଡ଼ାକଡ଼ି ରହିବ। ସେହିପରି ତାମିଲନାଡୁର କୁଡ୍ଡାଲୋର, ଚେଙ୍ଗଲପଟ୍ଟୁ, ଆରିୟାଲୁର, ବିଲ୍ଲୁପୁରମ ଓ ଗ୍ରେଟର ଚେନ୍ନାଇରେ ଲକ୍‌ଡାଉନ୍‌ କଟକଣା ରହିବ।

ଆହୁରି ପଢ଼ନ୍ତୁ

ଗୁଜରାଟର ଅହମଦାବାଦ୍‌, ବଡ଼ୋଦରା ଓ ସୁରତରେ ଲକ୍‌ଡାଉନ୍ ରହିବ। ସେହିପରି ଦେଶର ରାଜଧାନୀ ଦିଲ୍ଲୀରେ ମଧ୍ୟ ଲକ୍‌ଡାଉନ୍‌ କଟକଣା ରହିବ ବୋଲି କୁହାଯାଉଛି।

ମଧ୍ୟପ୍ରଦେଶର ଇନ୍ଦୋର, ପଶ୍ଚିମବଙ୍ଗର ରାଜଧାନୀ କୋଲକାତା ସହିତ ହାୱଡ଼ାରେ ଲକ୍‌ଡାଉନ୍ କଟକଣା ରହିପାରେ। ରାଜସ୍ଥାନର ଜୟପୁର ସମେତ ଯୋଦ୍ଧପୁର, ଉଦୟପୁରରେ ଲକ୍‌ଡାଉନ୍ ରହିବ। ଉତ୍ତର ପ୍ରଦେଶର ଆଗ୍ରା ଓ ମେରଠ, ଆନ୍ଧ୍ର ପ୍ରଦେଶର କୁର୍‌ନୁଲ୍‌, ତେଲେଙ୍ଗାନାର ଗ୍ରେଟର ହାଇଦ୍ରାବାଦ, ପଞ୍ଜାବର ଅମୃତସର ଓ ଓଡ଼ିଶାର ଗଞ୍ଜାମ ଜିଲ୍ଲାରେ ଲକ୍‌ଡାଉନ୍‌ ଜାରି ରହିପାରେ।

ସୂଚନାଯୋଗ୍ୟ, କେନ୍ଦ୍ର ସରକାର ଆଉ ଦୁଇ ସପ୍ତାହ ପାଇଁ ଲକ୍‌ଡାଉନ୍‌ ଜାରି କରିପାରନ୍ତି। ମେ’ ୩୧ ତାରିଖ ପର୍ଯ୍ୟନ୍ତ ଏହା ଲାଗୁ ହୋଇପାରେ। ଏହି ସମୟରେ କେଉଁ ସବୁ କାମ ଉପରେ କଟକଣା ରହିବ, ସେ ନେଇ ଆଜି ପ୍ରଧାନମନ୍ତ୍ରୀ ଘୋଷଣା କରିପାରନ୍ତି।

[ad_2]
Show More
Back to top button