ଶନିବାର ରାଶିଫଳ : ଆସନ୍ତୁ ଜାଣିବା ଆପଣଙ୍କ ଆଜିର ଦିନ କିପରି କଟିବ


ସତ୍ୟଶିଖା ୧୩/୦୨/୧୦୨୧ :
ମେଷ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । ଏକାଦଶ ଚନ୍ଦ୍ର ହେତୁ ସମସ୍ତ କର୍ମରେ ସଫଳତା ଓ ଆୟ ଅଧିକ ହେବ । ମୂଲ୍ୟବାନ ଧାତୁ, ଭୂମି କିମ୍ବା ନୂତନ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବେ । ଆକସ୍ମିକ ଧନଲାଭ କିମ୍ବା କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ହେବ । କୌଣସି ଆର୍ଥିକ ସଂସ୍ଥାରେ ଧନ ବିନିଯୋଗ କରିବେ ଓ ଉନ୍ନତିମୂଳକ କର୍ମରେ ଧନ ବିନିଯୋଗ କରିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା – ୩, ଆରାଧନା – ମା’ ବଗଳାମୁଖୀ ।
ବୃଷ : କର୍ମରେ ଉନ୍ନତି ଓ କର୍ମ କରିବାର ଶୈଳୀରେ ଉନ୍ନତି ଦେଖାଦେବ । କର୍ମପ୍ରତି ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ ଓ ସମସ୍ତ କର୍ମରେ ଅଭୂତପୂର୍ବ ସଫଳତା ମିଳିବ । ନୂତନ କର୍ମାରମ୍ଭର ଯୋଜନା କରିବେ ଓ ନୂତନ ନିଯୁକ୍ତିର ଖବର ପାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ ଓ ପରିବାରର ସୁଖଶାନ୍ତି ବଜାୟ ରହିବ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୧୨, ଆରାଧନା-ମା’ କମଳା ।
ମିଥୁନ : ଘାତଚନ୍ଦ୍ର ହେତୁ ପଦସ୍ଥ କର୍ମଚାରୀ, ଗୁରୁଜନ ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ବେଳେ ସତର୍କ ରହିବେ । ମାନସିକ ଅସ୍ଥିରତା, ମାନ, ସମ୍ମାନ ହାନି ଓ ବିନା କାରଣରେ ବିଷାଦଗ୍ରସ୍ତ ହେବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ସ୍ୱଳ୍ପ ରହିବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । କର୍ମରେ ଅନାଗ୍ରହ ଭାବ ଓ ପଦସ୍ଥ କର୍ମଚାରୀଙ୍କ ରୋଷର ଶିକାର ହୋଇପାରନ୍ତି । ଯେଉଁମାନଙ୍କର ଆର୍ଦ୍ରା ମିଥୁନ ସେମାନେ ସତର୍କ ରହିବେ । ଶୁଭରଙ୍ଗ-ମେରୁନ୍, ଶୁଭସଂଖ୍ୟା-୮, ଆରାଧନା-ମା’ ଷୋଡ଼ଶୀ ।
କର୍କଟ : ଅଷ୍ଟମ ଚନ୍ଦ୍ର ହେତୁ ଧନକ୍ଷତି, ମାନସିକ ଅସ୍ଥିରତା, ଶାରୀରିକ ପୀଡ଼ା ଓ ପରିବାରରେ ବିବାଦ ଦେଖାଦେବ । ବାଣିଜ୍ୟ, ବ୍ୟବସାୟରେ କ୍ଷତି ପହଞ୍ଚିବ । କର୍ମରେ ବାଧାବିଘ୍ନ ଓ ସମସ୍ତ କର୍ମ କଣ୍ଟକ ସଦୃଶ ମନେହେବ । ଆର୍ଥିକ କାରବାର କଲାବେଳେ ସତର୍କ ରହିବେ ଓ ବାକ୍ ସଂଯମତା ରକ୍ଷା କରିବେ । ଶୁଭରଙ୍ଗ-ହଳଦିଆ ଶୁଭସଂଖ୍ୟା-୫, ଆରାଧନା-ଭଗବାନ ଶିବ ।
ସିଂହ : ସ୍ତ୍ରୀହେତୁକ ଧନ ପ୍ରାପ୍ତି କିମ୍ବା କୌଣସି ବିଶେଷ ସୂତ୍ରରୁ ଧନ ପ୍ରାପ୍ତି ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ । କର୍ମରେ ସଫଳତା ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ । ପରିବାରର କୌଣସି ସଦସ୍ୟଙ୍କ ମାଙ୍ଗଳିକ କର୍ମର ଖବର ମିଳିବ । ମାନସିକ, ପାରିବାରିକ ଶାନ୍ତି ଓ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଶୁଭରଙ୍ଗ-ଧଳା, ଶୁଭସଂଖ୍ୟା-୩, ଆରାଧନା-ପ୍ରଭୁ ଗଣେଶ ।
କନ୍ୟା : ପୁରାତନ ରୋଗରୁ ଆରୋଗ୍ୟ ଲାଭ କରିବେ । ମନରେ ପ୍ରସନ୍ନତା ଭାବ ବିରାଜମାନ କରିବ ଓ ଆପଣଙ୍କ ବକ୍ତବ୍ୟରେ ସମସ୍ତଙ୍କୁ ସମ୍ମୋହନ କରିବାର ଶକ୍ତି ଜାଗ୍ରତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଉତ୍ତମ ହେବ ଓ ଋଣମୁକ୍ତ ହେବାର ପ୍ରୟାସ ଜାରି ରଖିବେ । କର୍ମରେ ସଫଳତା, ଉଚ୍ଚ ପ୍ରଶଂସିତ ହେବେ ଓ ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ । ଶୁଭରଙ୍ଗ-କଫି, ଶୁଭସଂଖ୍ୟା-୪, ଆରାଧନା-ମା’ ଛିନ୍ନମସ୍ତା ।
ତୁଳା : ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ । କଳା, ସଂସ୍କୃତି ଓ କୌଣସି ନୂତନ ବିଦ୍ୟାରେ ରୁଚି ରଖିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । କର୍ମରେ ସଫଳ, ସମ୍ମାନ ଓ ସମସ୍ତଙ୍କର ଶ୍ରଦ୍ଧା ଲାଭ କରିବେ । ସନ୍ତାନମାନେ ଆଜ୍ଞାଧୀନ ହେବେ ଓ ପିତାମାତାଙ୍କ ଆଶୀର୍ବାଦ ଲାଭ କରିବେ ।ଶୁଭରଙ୍ଗ-ନୀଳ, ଶୁଭସଂଖ୍ୟା-୧୨, ଆରାଧନା- ମା’ ଗାୟତ୍ରୀ ।
ବିଛା : ଚତୁର୍ଥ ଚନ୍ଦ୍ର ହେତୁ ବାଦବିବାଦ, ସ୍ୱାସ୍ଥ୍ୟ ଓ ଯାନବାହନ ଆରୋହଣ କାଳରେ ସତର୍କ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ । ସ୍ୱଜନ, ପ୍ରିୟଜନ ଓ ବନ୍ଧୁବାନ୍ଧବଙ୍କ ସହ ଅପ୍ରିୟତା ଓ ଯାନବାହନରେ କ୍ଷତି ପହଞ୍ଚିବ । ଧନ କ୍ଷତି ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ହଜିଯାଇପାରେ । ଯେଉଁମାନଙ୍କର ଅନୁରାଧା ବିଛା ସେମାନେ ସତର୍କ ରହିବେ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୬, ଆରାଧନା- ମା’ ବଗଳାମୁଖୀ ।
ଧନୁ : ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ମଧ୍ୟମ ହେବ । ମନରେ ଅସ୍ଥିରତା ଭାବ ଓ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । କର୍ମରେ ଆଶାତୀତ ସଫଳତା ଓ କର୍ମରେ ଉନ୍ନତି ଦେଖାଦେବ । ନୂତନ କର୍ମାରମ୍ଭର ଯୋଜନା କରିବେ ଓ ନୂତନ କର୍ମନିଯୁକ୍ତିର ଖବର ପାଇବେ । ପରିବାରରେ ସୁଖଶାନ୍ତିର ପରିବେଶ ରହିବ ଓ ଭାଇ, ଭଉଣୀଙ୍କ ସହ ସମ୍ପର୍କ ମଧୁର ହେବ । ଶୁଭରଙ୍ଗ-ହଳଦିଆ, ଶୁଭସଂଖ୍ୟା-୯, ଆରାଧନା- ପ୍ରଭୁ ଶ୍ରୀଜଗନ୍ନାଥ ।
ମକର : ଆର୍ଥିକ ସ୍ଥିତି ମଜଭୁତ ହେବ । ଅନ୍ୟକୁ ଦେଇଥିବା ଧନ ଫେରିପାଇବେ ଓ ଆକସ୍ମିକ ଧନଲାଭ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଏବଂ ବ୍ୟବସାୟର ଶାଖା ବଢ଼ାଇବାର ଯୋଜନା କରିବେ । ଉନ୍ନତିମୂଳକ କର୍ମରେ ଧନ ବିନିଯୋଗ କରିବେ ଓ କର୍ମରେ ସଫଳତା, ଆତ୍ମସନ୍ତୋଷ ଲାଭ କରିବେ । ଶୁଭରଙ୍ଗ-ବାଇଗଣୀ, ଶୁଭସଂଖ୍ୟା-୬, ଆରାଧନା-ମା’ ଦୁର୍ଗା ।
କୁମ୍ଭ : ମନ ପ୍ରଫୁଲ୍ଲ ରହିବ ଓ ସ୍ୱାସ୍ଥ୍ୟ ଉତ୍ତମ ରହିବ । ଧାର୍ମିକ କାର୍ଯ୍ୟରେ ରୁଚି ରହିବ ଓ ପରିବାରରେ ସୁଖଶାନ୍ତିର ପରିବେଶ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅଧିକ ହେବ ଏବଂ କର୍ମରେ ସଫଳତା ମିଳିବ । ସୁଖାଦ୍ୟ, ସୁବସନ ପ୍ରାପ୍ତି ଓ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗଦାନ କରିବେ । ଶୁଭରଙ୍ଗ-କଳା, ଶୁଭସଂଖ୍ୟା-୩, ଆରାଧନା- ମା’ ଦକ୍ଷିଣକାଳୀ ।
ମୀନ : ଘାତଚନ୍ଦ୍ର ଓ ଶୁକ୍ଳପକ୍ଷର ଦ୍ୱିତୀୟା ତିଥି ହେତୁ ଧନକ୍ଷତି, ମାନସିକ ଅସ୍ଥିରତା, ପରିବାରରେ ଅଶାନ୍ତି ଓ ଅଯଥା ଖର୍ଚ୍ଚାନ୍ତରେ ପଡ଼ିପାରନ୍ତି । କର୍ମରେ ଆଳସ୍ୟତା ଓ ଅବହେଳା କରିବେ ତଥା କୌଣସି ଠିକ୍ ନିଷ୍ପତ୍ତି ନେବାରେ ବହୁତ ବିଳମ୍ବ କରିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ରହିବ ଓ ଶାରୀରିକ ପୀଡ଼ା ଭୋଗିବେ । ଶୁଭରଙ୍ଗ-ଲାଲ, ଶୁଭସଂଖ୍ୟା-୯, ଆରାଧନା- ପ୍ରଭୁ ଶ୍ରୀଜଗନ୍ନାଥ ।