ରାଜ୍ୟ

୨ ଦିନ ହେଲା ଡ୍ୟୁଟିକୁ ଯାଉ ନ ଥିଲେ, ମିଳିଲା ମୃତଦେହ

କରଞ୍ଜିଆ(ସତ୍ୟବ୍ରତ ବେହେରା): ମୟୂରଭଞ୍ଜ ଜିଲ୍ଲା ଯଶୀପୁର ବ୍ଲକର ମଙ୍ଗଳ ସମ୍ପ୍ରସାରଣ ଅଧିକାରିଣୀ ପଦ୍ମଜା ଜେନାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି।  ସ୍ଥାନୀୟ ଧୋବାଡ଼ିହାରେ ରହୁଥିବା ଭଡାଘରୁ ଝୁଲନ୍ତା ଅବସ୍ଥାରେ ଗତକାଲି ସନ୍ଧ୍ୟାରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ହେଲେ କେଉଁ ପରିସ୍ଥିତିରେ ପଦ୍ମଜାଙ୍କ ମୃତ୍ୟୁ ହୋଇଛି ତାହା ଅସ୍ପଷ୍ଟ ରହିଛି।

ଆହୁରି ପଢ଼ନ୍ତୁ

ବ୍ଲକରେ କରୋନା ରୋଗୀଙ୍କ ଚିହ୍ନଟ ଦାୟିତ୍ୱ ସହ ସମସ୍ତ ସଂଗରୋଧ ଗୃହର ଦାୟିତ୍ୱ ନେଇଥିଲେ ପଦ୍ମଜା । ହେଲେ ଗତ ୨ ଦିନ ଧରି ସେ କାର୍ଯ୍ୟକୁ ଯାଇ ନଥିଲେ । ତାଙ୍କ ଝରକା ଖୋଲା ଥିବା ବେଳେ ଗତକାଲି ସନ୍ଧ୍ୟାରେ ତାଙ୍କ ମୃତଦେହ ଘରେ ଝୁଲୁଥିବା ପଡ଼ୋଶୀ ଦେଖିଥିଲେ। ଏନେଇ ସେମାନେ ପୁଲିସ୍‌କୁ ଖବର ଦେଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିଲା।

ମୃତ ମହିଳାଙ୍କ ଘର କଟକରେ ହୋଇଥିବା ବେଳେ ଖବର ପାଇ ଆଜି ସକାଳେ ପରିବାର ଲୋକ ଯଶୀପୁରରେ ପହଞ୍ଚିଥିବା ଜଣାଯାଇଛି। ସେମାନଙ୍କ ଉପସ୍ଥିତିରେ ପୁଲିସ୍‌ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇବ ବୋଲି କହିଛନ୍ତି ଯଶୀପୁର ଥାନାଧିକାରୀ।

[ad_2]
Show More
Back to top button