ରାଜ୍ୟ

୨ ଚୋରଙ୍କୁ କରୋନା; କ୍ୱାରେଣ୍ଟାଇନ୍‌ରେ ଗଲେ ୧୮ ପୁଲିସ୍‌ କର୍ମଚାରୀ

ପୁରୀ(ସତ୍ୟଶିଖା): ରାଜ୍ୟରେ ନୂଆ ଚିହ୍ନଟ ହୋଇଥିବା ୧୭୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀ ଜିଲ୍ଲାରୁ କେବଳ ୧୮ ଜଣ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଗିରଫ ୨ ଅଭିଯୁକ୍ତଙ୍କ ସ୍ୱାବ ନମୁନା ମଧ୍ୟ ପଜିଟିଭ ଆସିଥିବାରୁ  ପୁରୀ ଜିଲ୍ଲାର ୨ଟି ଥାନାର ୧୮ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସେମାନଙ୍କ ମଧ୍ୟରେ କଣାସ ଥାନାର ୧୧, ଗଡ଼ିଶାଗୋଦା ଥାନାର ୭ କର୍ମଚାରୀ ଅଛନ୍ତି।

ଆହୁରି ପଢ଼ନ୍ତୁ

ଗତ ୪ ଦିନ ତଳେ କଣାସ ପୁଲିସ୍‌ ଜଣେ ଗାଡ଼ି ଚୋରକୁ ଧରିଥିଲା। ଗଡ଼ିଶାଗଦା ପୁଲିସ୍‌ ମଧ୍ୟ ଜଣେ ଲୁଟେରାକୁ ଗିରଫ କରିଥିଲା। ଉଭୟ ଅଭିଯୁକ୍ତଙ୍କ ନମୁନା ପଜିଟିଭ ଆସିବା ପରେ ଏପରି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି।

[ad_2]
Show More
Back to top button