୨୪ ଘଣ୍ଟାରେ ୪ ହଜାରରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନିରନ୍ତର ଭାବରେ ବଢ଼ିଚାଲିଛି। ଗତ ୨୪ ଘଣ୍ଚା ମଧ୍ୟରେ ୪୨୧୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଆକ୍ରାନ୍ତଙ୍କ ସଂଖ୍ୟା ଦିନକରେ ତିନି ହଜାରରୁ ଅଧିକ ରହୁଥିବା ବେଳେ ସୋମବାର ପ୍ରଥମ ଥର ପାଇଁ ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ଛୁଇଁଛି। ନୂଆ ଆକ୍ରାନ୍ତଙ୍କୁ ମିଶାଇଲେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୬୭, ୧୫୨ ଛୁଇଁଛି। ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ ଏଯାବତ ୪୪୦୨୯ ଜଣ ଚିକିତ୍ସାଧୀନ ରହିଛନ୍ତି। ସେହିଭଳି ୨୪ ଘଣ୍ଟା ମଧ୍ୟରେ ୧୫୫୯ ଜଣ ଆରୋଗ୍ୟ ହୋଇଛନ୍ତି। ଏବେ ଆରୋଗ୍ୟ ହାର ୨୯ ପ୍ରତିଶତରୁ ୩୧.୧୫% ହୋଇଛି। ମୋଟ୍ ୨୦,୯୧୭ ଜଣ ଆରୋଗ୍ୟ ହୋଇଥିବା କେନ୍ଦ୍ର ଯୁଗ୍ମ ସ୍ୱାସ୍ଥ୍ୟ ସଚିବ ଲବ୍ ଅଗ୍ରଓ୍ୱାଲ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Exit mobile version