୨୪ ଘଣ୍ଟାରେ ସ୍ପେନରେ ସବୁଠାରୁ ଅଧିକ ମୁଣ୍ଡ ନେଲା କରୋନା, ଦ୍ୱିତୀୟରେ ଇଟାଲୀ

ରୋମ: ଦୁଇ ୟୁରୋପୀୟ ଦେଶ ସ୍ପେନ ଓ ଇଟାଲୀରେ ମହାମାରୀ କରୋନା ପ୍ରତିଦିନ ଶହଶହ ମୁଣ୍ଡ ନେବାରେ ଲାଗିଛି। ସ୍ଥିତି ଏମିତି ହୋଇଛି ଯେ ଚାଇନା ଠାରୁ ବି ଏହି ଦୁଇ ଦେଶର ସ୍ଥିତି ଜଟିଳ ହୋଇପଡ଼ିଛି। କେବଳ ୟୁରୋପର ଏହି ଦୁଇ ଦେଶ ନୁହେଁ, ଜର୍ମାନୀ, ବେଲଜିୟମ, ନେଦରଲ୍ୟାଣ୍ଡସ ଭଳି ରାଷ୍ଟ୍ରରେ ମଧ୍ୟ କରୋନା ଦିନକୁ ଦିନ ଭୟଙ୍କର ରୂପ ନେଇ ଆଗକୁ ମାଡ଼ି ଚାଲିଛି।

ଗତ ୨୪ ଘଣ୍ଟାରେ ସ୍ପେନରେ ସବୁଠାରୁ ଅଧିକ ଲୋକଙ୍କ ମୁଣ୍ଡ ନେଇଛି କରୋନା । ଏଠାରେ ଗୋଟିଏ ଦିନରେ ୭୧୮ ଜଣ ଲୋକ ପ୍ରାଣ ହରାଇଛନ୍ତି। ଫଳରେ ସ୍ପେନରେ କରୋନା ଜନିତ ମୃତ୍ୟୁସଂଖ୍ୟା ୪, ୩୬୫ରେ ପହଞ୍ଚି ଯାଇଛି। ଗତ ୨୪ ଘଣ୍ଟାରେ ୮,୨୭୧ଟି କରୋନା ଜନିତ ମାମଲା ସାମ୍ନାକୁ ଆସିଛି। ସ୍ପେନରେ ଆକ୍ରାନ୍ତଙ୍କ ସଂଖ୍ୟା ୫୭,୭୮୬ ଥିବା ବେଳେ ୭,୦୧୫ ଜଣ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମାର୍ଚ୍ଚ ୨୫ରେ ସ୍ପେନରେ ୬୫୬, ମାର୍ଚ୍ଚ ୨୪ରେ ୬୮୦ ଓ ମାର୍ଚ୍ଚ ୨୩ରେ ୫୩୯ ଜଣ ଲୋକ ପ୍ରାଣ ହରାଇଥିଲେ।

ଆହୁରି ପଢ଼ନ୍ତୁ

ଅନ୍ୟପକ୍ଷରେ ଇଟାଲୀରେ ମଧ୍ୟ ଗତ ୨୪ ଘଣ୍ଟାରେ ୭୧୨ ଜଣଙ୍କ ମୃତ୍ୟୁ ଘଟିଛି। ଫଳରେ ଏଠାରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮,୨୧୫ ଛୁଇଁଛି। ସେହିପରି ଗୋଟିଏ ଦିନରେ ୬୨୦୩ ଜଣ କରୋନା ମାମଲା ସାମ୍ନାକୁ ଆସିଛି।

ଇଟାଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦,୫୮୯ ଥିବା ବେଳେ ୧୦,୩୬୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଜର୍ମାନୀରେ ୨୮୧, ‍ଫ୍ରାନ୍ସରେ ୧୬୯୬, ନେଦରଲ୍ୟାଣ୍ଡ୍ସରେ ୪୩୪ ଓ ବେଲଜିୟମରେ ୨୮୯ ଜଣ ଲୋକ ପ୍ରାଣ ହରାଇଛନ୍ତି।

[ad_2]
Exit mobile version