୨୦୨୨ ଜାନୁଆରୀ ଠାରୁ ବଢ଼ିବ ସବୁ କଂପାନୀର କାର ଦର

ସତ୍ୟଶିଖା(ନୂଆଦିଲ୍ଲୀ) ୦୬ .୧୨.୨୦୨୧:  କରୋନା ମହାମାରୀ କାରଣରୁ ୨୦୨୧ ବାହନ ଉତ୍ପାଦନକାରୀ କଂପାନୀ ଓ ଗ୍ରାହକଙ୍କ ପାଇଁ କିଛି ସ୍ବତନ୍ତ୍ର ନଥିଲା। କାର କଂପାନୀ ଗୁଡ଼ିକୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା। ବାହନ ଉତ୍ପାଦନରେ ଖର୍ଚ୍ଚ ବଢ଼ିଥିବାରୁ କଂପାନୀମାନେ କାର ଗୁଡ଼ିକୁ ଅଧିକ ଦରରେ ବିକ୍ରି କରିବାକୁ ଚିନ୍ତା କରୁଛନ୍ତି। ତେଣୁ ୨୦୨୨ ଜାନୁଆରୀ ଠାରୁ କାର ଗୁଡ଼ିକର ଦର ବଢ଼ିଯିବ, ଯେଉଁଥି ପାଇଁ ଗ୍ରାହକ ମାନଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ହେବ।

ହୋଣ୍ଡା, ଟାଟା ମୋଟର୍ସ ଓ ରେନୋ ଭଳି କାର କଂପାନୀ ଆସନ୍ତା ଜାନୁଆରୀ ଠାରୁ ଦର ବଢ଼ାଇବା ପାଇଁ ଯୋଜନା କରିସାରିଛନ୍ତି। ଏହା ବ୍ୟତୀତ ଅଡି ଓ ମର୍ସିଡିଜ୍‌-ବେଞ୍ଜ ଭଳି କଂପାନୀ ମଧ୍ୟ ଜାନୁଆରୀ ଠାରୁ କାର ଦର ବଢ଼ାଇବାକୁ ଯାଉଛନ୍ତି। ମାରୁତି ମଧ୍ୟ କାର ଦର ବଢ଼ାଇବାକୁ ଚିନ୍ତା କରୁଛି। ମର୍ସିଡିଜ୍‌ର କିଛି ଚୟନିତ ମଡେଲରେ ୨ ପ୍ରତିଶତ ପର୍ଯ୍ୟନ୍ତ ଦରବୃଦ୍ଧି ହେବ। ଅଡି କହିଛି ଯେ, ୨୦୨୨ ଜାନୁଆରୀ ଠାରୁ ନୂଆ ଦର ଲାଗୁ ହେବ। କଂପାନୀର ସବୁ ମଡେଲ ୩ ପ୍ରତିଶତ ଯାଏଁ ଦର ବୃଦ୍ଧି ହେବ।

 

Exit mobile version