୨୦୧୪ର ଦୁଃଖଦ ମୁହୂର୍ତ୍ତ ମନେପକାଇଲେ ବିରାଟ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ୨୦୧୪ ଇଂଲଣ୍ଡ ଟୁର ବେଳର ଦୁଃଖଦ ମୁହୂର୍ତ୍ତକୁ ପୁଣିଥରେ ମନେ ପକାଇଛନ୍ତି। ଏହି ଟୁର ହିଁ ତାଙ୍କ କ୍ୟାରିୟରର ସବୁଠାରୁ ଖରାପ ସମୟ ଥିଲା ବୋଲି ବିରାଟ କହିଛନ୍ତି। ସ୍ଥିତି ଏମିତି ହୋଇଥିଲା ଯେ ସେ ରନ୍‌ କେମିତି କରିବେ ବୋଲି ଚିନ୍ତାରେ ପଡ଼ିଯାଇଥିଲେ।

ପୂର୍ବତନ ଇଂଲଣ୍ଡ ବ୍ୟାଟସମ୍ୟାନ କେଭିନ ପିଟାରସନଙ୍କ ସହ କ୍ୟାନଡିଡ୍‌ ଇନଷ୍ଟାଗ୍ରାମ ଚାଟ୍‌ରେ ବିରାଟ ୨୦୧୪ କଥା କହିଛନ୍ତି। ୨୦୧୪ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ବିରାଟ କ୍ରମାଗତ ବିଫଳ ହୋଇଥିଲେ। ଏପରି କି ୧୦ଟି ଇନିଂସରେ ସେ ମାତ୍ର ୧୩.୪୦ ହାରରେ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କର ସର୍ବାଧିକ ସ୍କୋର ଥିଲା ୩୯।

ଆହୁରି ପଢ଼ନ୍ତୁ

ସେହି ଦୁଃଖଦ ମୁହୂର୍ତ୍ତକୁ ମନେ ପକାଇ ବିରାଟ କହିଛନ୍ତି, “ସେତେବେଳେ ମୋତେ ଏମିତି ଲାଗୁ ଥିଲା ଯେ ମୁଁ ଏମିତି ଜଣେ ବ୍ୟାଟସମ୍ୟାନ ଯିଏ ପଡ଼ିଆକୁ କେବଳ ଆଉଟ ହେବାକୁ ଯାଉଛି। ସ୍ଥିତି ଏମିତି ହୋଇଥିଲା ଯେ ରନ୍‌ କରିବାକୁ ମୋ ପାଖରେ କୌଣସି ସୁଯୋଗ ନାହିଁ ବୋଲି ମୁଁ ଭାବିଥିଲି। ତଥାପି ମୁଁ ବେଡ୍‌ରୁ ଉଠି ଡ୍ରେସ ଅପ ହୋଇ ମଇଦାନକୁ ଯାଉଥିଲି। ମୁଁ ଜାଣିଥିଲି ଯେ ମୁଁ ପୁଣି ଫେଲ ହେବି। ସ୍ଥିତି ମୋ ପାଇଁ ବହୁତ ଭୟଙ୍କର ଥିଲା।”

ତେବେ ଏହାର ୪ ବର୍ଷ ପରେ ବିରାଟ ୨୦୧୮ରେ ଇଂଲଣ୍ଡ ଗସ୍ତ କରି ସେଠାରେ ଶତକ ହାସଲ କରିଥିଲେ। ସେହିପରି ସିରିଜ୍‌ରେ ସର୍ବାଧିକ ରନ୍‌ ସଂଗ୍ରହକାରୀ ହୋଇଥିଲେ। ବିରାଟ ଆଲୋଚନା ବେଳେ କହିଛନ୍ତି, “ମୁଁ ସେତେବେଳେ ମୋ ନିଜ ବ୍ୟାଟିଂ ଉପରେ ଅଧିକ ଗୁରୁତ୍ୱ ଦେଉଥିଲୁ। ଫଳରେ ଏଭଳି ଭାବେ ଫେଲ ହେଉଥିଲି।

୨୦୧୪ ଭଳି ସ୍ଥିତି ସମସ୍ତ ଯୁବ ଖେଳାଳିମାନଙ୍କ ସହ ଘଟିଥାଏ। କାରଣ ମୁଁ ମୋର ବ୍ୟାଟିଂକୁ ବ୍ୟକ୍ତିଗତ ଭାବେ ଫୋକସ କରିଥିଲି। ମୁଁ ରନ କରିବାକୁ ଚାହୁଁଥିଲି। ଏହି ସମୟରେ ଦଳ ମୋ ଠାରୁ କ’ଣ ଚାହୁଁଛି, ସେକଥା ଚିନ୍ତା କରୁ ନଥିଲି। ଏହା ବଡ଼ ଭୁଲ ଥିଲା। ସର୍ବଦା ଦଳ କ’ଣ ଚାହୁଁଛି, ସେକଥା ବୁଝିବା ଦରକାର।”

[ad_2]
Exit mobile version