ଦେଶ
ମନ୍ଦିରରେ ପ୍ରାର୍ଥନା କରିବାରୁ ଦଳିତ ବାଳକଙ୍କୁ ଗୁଳି କରି ହତ୍ୟା


ଅମରୋହା: ଦଳିତ ଓ ଉଚ୍ଚ ଜାତି ମଧ୍ୟରେ ଥିବା ବିଭେଦତାର ଭୟଙ୍କର ରୂପ ଉତ୍ତର ପ୍ରଦେଶର ଅମରୋହାରେ ଦେଖିବାକୁ ମିଳିଛି। ଜଣେ ୧୭ ବର୍ଷୀୟ ଦଳିତ କିଶୋରଙ୍କୁ ଉଚ୍ଚ ଜାତିର ୪ ଜଣ ଯୁବକ ଅତ୍ୟନ୍ତ ନୃଶଂସ ଭାବେ ଗୁଳି କରି ହତ୍ୟା କରିଛନ୍ତି। ଗୁଳି କରିବା ବେଳେ ୧୭ ବର୍ଷୀୟ ବିକାଶ ଯାତଭ ଘରେ ନିଘୋଡ଼ ଶୋଇଥିଲେ।
ଆହୁରି ପଢ଼ନ୍ତୁ
ବିକାଶଙ୍କ ବାପା କହିଛନ୍ତି, ଗୋଟିଏ ସପ୍ତାହ ତଳେ ବିକାଶ ମନ୍ଦିରରେ ପ୍ରାର୍ଥନା କରିଥିବାରୁ ଏହାକୁ ନେଇ ଉଚ୍ଚ ଜାତିର ୪ ଯୁବକଙ୍କ ସହ ତାଙ୍କର ପାଟିତୁଣ୍ଡ ହୋଇଥିଲା। ଏପରି କି ସେମାନେ ମୋ ପୁଅକୁ ମାଡ଼ ମଧ୍ୟ ମାରିଥିଲେ। ଏହା ମେ’ ୩୧ରେ ଘଟିଥିଲା। ତଥାପି ସେମାନେ ରାଗ ରଖି ଶନିବାର ରାତିରେ ପୁଣି ଆମ ଘରକୁ ଆସିଥିଲେ।
ମୋ ପୁଅ ଶୋଇଥିବା ବେଳେ ସେମାନେ ଅତ୍ୟନ୍ତ ନିକଟରୁ ତା’କୁ ଗୁଳି କରିଦେଇଥିଲେ। ଏହି ୪ ଜଣ ଯୁବକଙ୍କ ମଧ୍ୟରେ ହୋରାମ ଚୌହ୍ୱାନ ଓ ଲାଲ ଚୌହ୍ୱାନ ରହିଥିଲେ ବୋଲି ସେ କହିଛନ୍ତି। ପୁଲିସ ଏବେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।