ଦେଶ

୧ ଲକ୍ଷ ୭୩ ହଜାର ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୂର୍ବ ତୁଳନାରେ ଅଧିକ ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ଭିତରେ ଦେଶରେ ୮ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୭୩ ହଜାର ୭୬୩କୁ ବୃଦ୍ଧି ପାଇଛି। ସେହିପରି କରୋନା ମୃତ୍ୟୁ ସଂଖ୍ୟା ୫ ହଜାର ଛୁଇଁଛି।

ଆହୁରି ପଢ଼ନ୍ତୁ

ଗତ ୨୪ ଘଣ୍ଟାରେ ୧୧ ହଜାର ୨୬୪ ଜଣ ଆରୋଗ୍ୟ ହୋଇଥିବାବେଳେ ମୋଟ୍ ୮୨ ହଜାର ୩୭୦ ଜଣ ଆରୋଗ୍ୟ ହୋଇଛନ୍ତି। ତେବେ ମହାରାଷ୍ଟ୍ରରେ ଏଯାବତ ସର୍ବାଧିକ ୬୨ ହଜାର ୨୨୮ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୨,୦୯୮ ଜଣଙ୍କର ମୃତ୍ୟୁ ଘଟିଛି। ଗୁଜରାଟ ୯୮୦, ଦିଲ୍ଲୀ ୩୯୮, ମଧ୍ୟପ୍ରଦେଶରେ ୩୩୪ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଦିଲ୍ଲୀଲେ ଲଗାତର ତୃତୀୟ ଦିନ ପାଇଁ ହଜାରେରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟା ମଧ୍ୟରେ ୧,୧୬୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୮,୫୪୯ ଛୁଇଁଛି। ଏବେ ମୋଟ୍ ୧୦,୦୫୮ ଜଣ କରୋନା ସଂକ୍ରମିତ ଚିକିତ୍ସାଧୀନ ରହିଛନ୍ତି। ମୋଟ୍ ୮,୦୭୫ ଜଣ ଆରୋଗ୍ୟ ହୋଇଥିବା ନେଇ ଦିଲ୍ଲୀ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି।

[ad_2]
Show More
Back to top button