୧% କମିବ ବିଶ୍ୱ ଜିଡିପି: ଗୋଲ୍ଡମ୍ୟାନ୍‌

ନୂଆଦିଲ୍ଲୀ: ୨୦୨୦ ମସିହାରେ ବିଶ୍ୱ ଅର୍ଥନୀତିର ଜିଡିପି କରୋନା କାରଣରୁ ଗଭୀର ପ୍ରଭାବିତ ହେବ। ପ୍ରସିଦ୍ଧ ନିବେଶକ କମ୍ପାନୀ ଗୋଲ୍ଡମ୍ୟାନ୍ ସଚ୍ସ ଏଭଳି ଆକଳନ କରିଛି। ୨୦୦୮ ମସିହାର ଆର୍ଥିକ ସଙ୍କଟଠାରୁ ଏହା ଅଧିକ ପ୍ରଭାବ ପକାଇବ ବୋଲି କୁହାଯାଉଛି।

ଆହୁରି ପଢ଼ନ୍ତୁ

ଏହି ଇନ୍ଭେଷ୍ଟମେଣ୍ଟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି, କରୋନା ସଙ୍କଟ ବା ଏହି ସଙ୍କଟର ପ୍ରତିକ୍ରିୟା ଅର୍ଥନୀତିକ କାର୍ଯ୍ୟକଳାପ ଉପରେ ଯେଉଁ ପ୍ରଭାବ ପକାଇବ ତାହା ଇତିହାସରେ ବିରଳ ଘଟଣା ହେବ।

ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୟ ମାସିକରେ ରିଅଲ ଜିଡିପି ବହୁତ ପ୍ରଭାବିତ ହେବ। ଆମେରିକା ଏବଂ ବିଶ୍ୱର ଅନ୍ୟ କିଛି ବୃହତ ଅର୍ଥନୀତିକ ରାଷ୍ଟ୍ର ପୂର୍ବରୁ ପ୍ରଭାବିତ ହୋଇସାରିଛି। ପୂର୍ବ ସଙ୍କଟ ତୁଳନାରେ ଅଢ଼େଇ ଗୁଣ ପ୍ରଭାବିତ ହେବ ବୋଲି ସେ କହିଛନ୍ତି।

[ad_2]
Exit mobile version