ରାଜ୍ୟ

୧୯ ଜିଲ୍ଲାରୁ ଚିହ୍ନଟ ହେଲେ ୨୨୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟର ୧୯ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୨୨୯ କରୋନା ଆକ୍ରାନ୍ତ। କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ୧୯୩ ଜଣ ଚିହ୍ନଟ ହୋଇଥିବା ବେଳେ ୩୬ ଜଣ ହେଉଛନ୍ତି ଲୋକାଲ କେସ୍‌। ଗଞ୍ଜାମ ଜିଲ୍ଲାରୁ ଗତକାଲି ଶହେରୁ ଅଧିକ  ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ବି ୯୫ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷୀଚ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ

ଗଞ୍ଜାମରୁ ସର୍ବାଧିକ ୯୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୪, ଯାଜପୁରରୁ ୨୨, ଖୋର୍ଦ୍ଧାରୁ ୨୧, ସୁନ୍ଦରଗଡ଼ରୁ ୧୭, ଝାରସୁଗୁଡ଼ାରୁ ୧୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କଟକରୁ ୧୨, ବଲାଙ୍ଗିରରୁ ୭, ନୟାଗଡ଼ରୁ ୫, ପୁରୀରୁ ୪, ବୌଦ୍ଧରୁ ୩, ମୟୂରଭଞ୍ଜରୁ ୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ ଅନୁଗୋଳ, ବରଗଡ଼, ଗଜପତି, ଜଗତସିଂହପୁର, କେନ୍ଦୁଝର ଓ କୋରାପୁଟରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫୪୫ ଛୁଇଁଥିବା ବେଳେ ୫୩୫୩ ଜଣ ସୁସ୍ଥ ହୋଇ ସାରିଲେଣି। ଏବେ କି ୨୧୫୭ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିବା ଜଣାଯାଇଛି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button