୧୯ଟି ଜିଲ୍ଲାରେ ବର୍ଷା ସହ ହେବ ବଜ୍ରପାତ

ଭୁବନେଶ୍ୱର (ସତ୍ୟଶିଖା): ଆଜି ରାଜ୍ୟର ୧୯ଟି ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ଏହାସହ ଘଡ଼ଘଡ଼ି ମାରିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଏହାସହ ଦିନ ୧୦ଟା ୩୦ ଯାଏ ସତର୍କ ରହିବାକୁ ଜିଲ୍ଲାବାସୀଙ୍କୁ ପରାମର୍ଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ

ସେହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ସମ୍ବଲପୁର, ଝାରସୁଗୁଡ଼ା, ବାଲେଶ୍ୱର, ମୟୂରଭଞ୍ଜ,  କେନ୍ଦୁଝର, ଭଦ୍ରକ, ସୁନ୍ଦରଗଡ଼, ଅନୁଗୋଳ, ଢେଙ୍କାନାଳ, ଦେବଗଡ଼, କଟକ, ଖୋର୍ଦ୍ଧା, ନୟାଗଡ଼, ବୌଦ୍ଧ, କନ୍ଧମାଳ, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା।

ସୂଚନାଯୋଗ୍ୟ,ଗତକାଲିଠୁ ରାଜ୍ୟରେ ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ଆଜି ମଧ୍ୟ ସକାଳେ ବର୍ଷା ସହ ପବନ ବୋହୁଛି।

[ad_2]
Exit mobile version