୧୮ ଜିଲ୍ଲାରୁ ଚିହ୍ନଟ ହେଲେ ୧୭୪ ଆକ୍ରାନ୍ତ

ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟରେ ୧୮ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୭୪ କରୋନା ଆକ୍ରାନ୍ତ ।  ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗଞ୍ଜାମରୁ ସର୍ବାଧିକ ୫୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

୧୭୪ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ୧୪୬ ଓ  ୨୮ଟି ଲୋକାଲ୍ କେସ୍ ଥିବା ଜଣାଯାଇଛି। ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୫୧୨ରେ ପହଞ୍ଚିଛି। ସେଥିମଧ୍ୟରୁ ୩୦୪୭ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୪୫୧ ଜଣ ଚିକିତ୍ସାଧୀନ ଅଛନ୍ତି।

[ad_2]
Exit mobile version