ଖେଳ

୧୭ ବର୍ଷ ତଳେ ଧୂଳିସାତ୍ ହୋଇଥିଲା ସଚିନ ଓ ଗାଙ୍ଗୁଲିଙ୍କ ସ୍ୱପ୍ନ

ନୂଆଦିଲ୍ଲୀ: ଆଜିର ଦିନ ଅର୍ଥାତ୍ ମାର୍ଚ୍ଚ ୨୩ ତାରିଖରୁ ଭାରତୀୟ କ୍ରିକେଟ୍ ପ୍ରେମୀ କେବେବି ମନେ ରଖିବାକୁ ଚାହିଁବେ ନାହିଁ। ଆଜକୁ ଠିକ୍ ୧୭ ବର୍ଷ ପୂର୍ବେ ଅର୍ଥା୍ ମାର୍ଚ୍ଚ ୨୩, ୨୦୦୩ ମସିହାରେ ଭାରତର ଦ୍ୱିତୀୟଥର ବିଶ୍ୱ ଚାମ୍ପିୟନ୍ ହେବାର ସ୍ୱପ୍ନକୁ ରିକି ପଣ୍ଟିଂଙ୍କ ନେତୃତ୍ୱାଧୀନ କଙ୍ଗାରୁ ଟିମ୍ ଭାଙ୍ଗି ଦେଇଥିଲା। ମାର୍ଚ୍ଚ ୨୩, ୨୦୦୩ରେ ଖେଳାଯାଇଥିବା ବିଶ୍ୱକପ୍ ଫାଇନାଲ୍ ମ୍ୟାଚରେ ଅଷ୍ଟ୍ରେଲିଆ ବାଜି ମାରି କ୍ରମାଗତ ଦ୍ୱିତୀୟଥର ଲାଗି ବିଶ୍ୱ ବିଜେତା ହୋଇଥିଲା।

ଫାଇନାଲରେ ଏହି ପରାଜୟ ଆଜି ବି ଭାରତକୁ ବହୁତ ବାଧେ। ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ, ସୌରଭ ଗାଙ୍ଗୁଲି, ରାହୁଲ୍ ଡ୍ରାଭିଡ୍‌, ଯୁବରାଜ ସିଂହ, ଓ ଜାହିର୍ ଖାନଙ୍କ ଭଳି ଷ୍ଟାର୍ ଖେଳାଳିଙ୍କୁ ନେଇ ଗଠିତ ଟିମ୍ ଇଣ୍ଡିଆ ପୂରା ଟୁର୍ଣ୍ଣାମେଣ୍ଟରେ ଚମତ୍କାର ପ୍ରଦର୍ଶନ କରିଥିଲା। ଗାଙ୍ଗୁଲିଙ୍କ ନେତୃତ୍ୱାଧୀନ ଭାରତୀୟ ଟିମକୁ ୨୦୦୩ ବିଶ୍ୱକପ୍ ଟ୍ରଫି ପାଇଁ ପ୍ରବଳ ଦାବିଦାର କୁହାଯାଉଥିଲା, କିନ୍ତୁ ଫାଇନାଲରେ ସେମାନେ ଅଷ୍ଟ୍ରେଲିଆ ନିକଟରୁ ଏକତରଫା ଭାବେ ହାରିଯାଇଥିଲେ।

ଆହୁରି ପଢ଼ନ୍ତୁ

୧୯୮୩ ବିଶ୍ୱକପର ୨୦ ବର୍ଷ ପରେ ଅର୍ଥାତ୍ ୨୦୦୩ ବିଶ୍ୱକପ୍ ଫାଇନାଲରେ ଭାରତର କ୍ୟାପଟେନ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହାକି ପରାଜୟର ମୁଖ୍ୟ କାରଣ ବୋଲି କୁହାଯାଏ। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ଭାରତୀୟ ବୋଲରଙ୍କୁ ନିର୍ଧୁମ ଛେଛିଥିଲେ ଏବଂ ନିର୍ଦ୍ଧାରିତ ୫୦ ଓଭରରେ ମାତ୍ର ୨ ୱିକେଟ୍ ହରାଇ ୩୫୯ ରନର ବିଶାଳ ସ୍କୋର ଛିଡ଼ା କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କ୍ୟାପଟେନ୍ ପଣ୍ଟିଂ ୧୪୦ ଓ ଡାମିଏନ୍ ମାର୍ଟିନ୍ ଅଜରାଜିତ ୮୮ ରନ୍ କରିଥିଲେ। ଦୁହେଁ ଦ୍ୱିତୀୟ ୱିକେଟ୍ ପାଇଁ ଅପରାଜିତ ୨୩୪ ରନର ପାର୍ଟନରଶିପ୍ କରିଥିଲେ, ଯେଉଁଥିରେ ଅଷ୍ଟ୍ରେଲିଆ ଭାରତକୁ ବଡ଼ ଟାର୍ଗେଟ୍ ଦେଇଥିଲା।

ଲକ୍ଷ୍ୟର ପିଛା କରୁଥିବା ଭାରତୀୟ ଟିମର ଶୁଭାରମ୍ଭ ବହୁତ ଖରାପ ରହିଥିଲା। ଜବରଦସ୍ତ ଫର୍ମରେ ଥିବା ସଚିନ ତେନ୍ଦୁଲକର ମାତ୍ର ୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତେବେ ଭାରତ ପକ୍ଷରୁ ଏକମାତ୍ର ବ୍ୟାଟ୍ସମ୍ୟାନ୍ ଭାବେ ବୀରେନ୍ଦ୍ର ସେହ୍ୱାଗ କିଛି ସମୟ ଲଢ଼ିଥିଲେ। ସେହ୍ୱାଗ ୮୨ ରନର ଇନିଂସ୍ ଖେଳିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ କ୍ରିଜରେ ତିଷ୍ଠିପାରିନଥିଲେ, ଯେଉଁକାରଣରୁ ଭାରତ ୩୯.୨ ଓଭରରେ ୨୩୪ ରନରେ ଅଲଆଉଟ୍ ହୋଇଯାଇଥିଲା। ଭାରତ ଫାଇନାଲ୍ ମୁକାବିଲାରେ ୧୨୫ ରନରେ ହାରି ରନର୍ସଅପରେ ସନ୍ତୁଷ୍ଟ ହୋଇଥିଲା।



[ad_2]

Show More
Back to top button