ଦେଶ

୧୭ ଦିନର ଝିଅର ମୁହଁ ଦେଖିବା ପୂର୍ବରୁ ସହିଦ ହୋଇଗଲେ କୁନ୍ଦନ

ନୂଆଦିଲ୍ଲୀ: ଲଦାଖର ଗଲୱାନ ଭ୍ୟାଲିରେ ଭାରତ ଓ ଚାଇନା ମଧ୍ୟରେ ସୃଷ୍ଟି ହୋଇଥିବା ରକ୍ତାକ୍ତ ସଂଘର୍ଷରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ଝାରଖଣ୍ଡର ଶାହିବଗଞ୍ଜର ବୀର ଯବାନ କୁନ୍ଦନ ଓଝା। ଚାଇନା ସହ ଦେଶ ପାଇଁ ଲଢ଼େଇ କରି କୁନ୍ଦନ ବଳିଦାନ ଦେଇଛନ୍ତି।

ସେ ନିଜ ଅଞ୍ଚଳରେ ବେଶ ଲୋକପ୍ରିୟ ଥିଲେ। ୫ ମାସ ତଳେ ସେ ଶେଷଥର ପାଇଁ ନିଜ ଗାଁକୁ ଆସିଥିଲେ। ଏହି ସମୟରେ ସେ ତାଙ୍କ ସାଙ୍ଗମାନଙ୍କୁ କହିଥିଲେ ଯେ ବହୁତ ଶୀଘ୍ର ପୁଣି ଆସିବେ। ହେଲେ ଏବେ ସବୁକିଛି ଶେଷ ହୋଇଯାଇଛି। ସେ ତ ଗାଁକୁ ଫେରିବେ। ହେଲେ ଜୀବନ ଅବସ୍ଥାରେ ନୁହେଁ ବରଂ ତାଙ୍କ ପାର୍ଥୀବ ଶରୀର ଗାଁକୁ ଆସିବ। ସାଙ୍ଗମାନଙ୍କୁ ଦେଇଥିବା କଥାକୁ ପୂରଣ କରିବା ପୂର୍ବରୁ କୁନ୍ଦନ ଶତ୍ରୁମାନଙ୍କ ସହ ଲଢ଼େଇ କରି ଦେଶ ପାଇଁ ସହିଦ ହୋଇଯାଇଛନ୍ତି।

ଆହୁରି ପଢ଼ନ୍ତୁ

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୁନ୍ଦନ ନିକଟରେ ବାପା ହୋଇଥିଲେ। ୧୭ ଦିନର ଝିଅକୁ ସେ କେବେ ହେଲେ ନିଜ ଆଖିରେ ଦେଖିନାହାନ୍ତି। କାରଣ ଝିଅ ଜନ୍ମ ହେବା ବେଳକୁ ସେ ଦେଶର ସୁରକ୍ଷା ପାଇଁ ସୀମାରେ ମୁତୟନ ହୋଇଥିଲେ। ୨୬ ବର୍ଷୀୟ କୁନ୍ଦନ ଡିହାରୀ ଗାଁରେ ରହୁଥିଲେ। ତାଙ୍କର ଦୁଇ ଭାଇ ଓ ଗୋଟିଏ ଭଉଣୀ ରହିଛନ୍ତି।

୨ ବର୍ଷ ତଳେ ତାଙ୍କର ବାହାଘର ହୋଇଥିଲା। ମାତ୍ର କିଛି ଦିନ ତଳେ ହିଁ ସେ ବାପା ହୋଇଥିଲେ। କୁନ୍ଦନ ଖୁବଶୀଘ୍ର ନିଜ ଝିଅକୁ ଦେଖିବାକୁ ଘରକୁ ଆସିଥାଆନ୍ତେ। ହେଲେ ବୋଧେ ଭଗବାନର ଆଉ କିଛି ଉଦ୍ଦେଶ୍ୟ ରହିଥିଲା। ନିଜ ଝିଅକୁ ଦେଖିବାର ସୌଭାଗ୍ୟ କୁନ୍ଦନ ଆଉ କେବେ ହେଲେ ପାଇବେ ନାହିଁ।

ରବିବାର ଠାରୁ କୁନ୍ଦନ ଲଦାଖ ସୀମାରେ ହିଁ ଡ୍ୟୁଟି କରୁଥିଲେ। ସୋମବାର ରାତିରେ ଚାଇନା ସହ ଲଢ଼େଇ କରୁଥିବା ବେଳେ ସେ ସହିଦ ହୋଇଯାଇଛନ୍ତି।

କୁନ୍ଦନଙ୍କ ବଳିଦାନ ସମ୍ପର୍କରେ ସେନା ପକ୍ଷରୁ ଫୋନ ଯୋଗେ ତାଙ୍କ ପରିବାର ଲୋକଙ୍କୁ ଦିଆଯାଇଥିଲା। ଏହି ଖବର ଶୁଣି ପୂରା ପରିବାର ଦୁଃଖରେ ଭାଙ୍ଗି ପଡ଼ିଛି। ତେବେ ଗାଁ ଲୋକ କୁନ୍ଦନ ଦେଶ ପାଇଁ ବଳିଦାନ ଦେଇଥିବାରୁ ଗର୍ବ ଅନୁଭବ କରିଛନ୍ତି।

[ad_2]
Show More
Back to top button