ରାଜ୍ୟ

୧୭ ଜିଲ୍ଲାରୁ ଚିହ୍ନଟ ହେଲେ ୧୪୩ କରୋନା ଆକ୍ରାନ୍ତ; ଗଞ୍ଜାମରେ ସର୍ବାଧିକ

ଭୁବନେଶ୍ୱର(ସତ୍ୟଶିଖା): ରାଜ୍ୟର ୧୭ ଜିଲ୍ଲାରୁ ୧୪୩  ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ  ରାଜ୍ୟରେ ସମୁଦାୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ରେ ପହଞ୍ଚି ଯାଇଛି। ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ

ନୂତନ ଭାବେ ଚିହ୍ନଟ ୧୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଥିବା ବେଳେ ଆଉ ୬ଟି ହେଉଛି ଲୋକାଲ କେସ୍‌। ଏଥିସହ ଅମ୍ଫାନ ମୁକାବିଲା ସାରି ପଶ୍ଚିମବଙ୍ଗରୁ ଫେରିଥିବା ୨ ଜଣ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।

ଗଞ୍ଜାମରୁ ସର୍ବାଧିକ ୩୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୦ ଖୋର୍ଦ୍ଧାରୁ ୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୟାଗଡ଼ ଓ ବାଲେଶ୍ୱର ୧୩ ଜଣ ଲେଖାଏ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ ୧୨, କେନ୍ଦ୍ରାପଡ଼ା ୧୦, ସମ୍ବଲପୁରରୁ ୫,  କଳାହାଣ୍ଡି ୬,  ଭଦ୍ରକ ୪, ଢେଙ୍କାନାଳ ୩, କେନ୍ଦୁଝର ୨, ଝାରସୁଗୁଡ଼ା, ବରଗଡ଼ରୁ , ଅନୁଗୁଳ, ବଲାଙ୍ଗିର ଓ ଜଗତସିଂହପୁରରୁ ଜଣେ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ  ୫୩୦୩ ଆକ୍ରାନ୍ତଙ୍କ ମଧ୍ୟରୁ ୩୭୨୦ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୫୬୨ ଜଣ ଚିକିତ୍ସାଧୀନ ଅଛନ୍ତି।



[ad_2]

Show More
Back to top button