୧୭୩ ଶିଖ ତୀର୍ଥଯାତ୍ରୀଙ୍କୁ କରୋନା, ଜାଣନ୍ତୁ କେଉଁ ରାଜ୍ୟରୁ ଫେରିଥିଲେ

ଚଣ୍ଡିଗଡ଼: କରୋନା କ୍ଷତିଗ୍ରସ୍ତ ମହାରାଷ୍ଟ୍ରରୁ ପଞ୍ଜାବ ଫେରିଥିବା ୧୭୩ ଜଣ ଶିଖ ତୀର୍ଥଯାତ୍ରୀ କୋଭିଡ-୧୯ରେ ଆକ୍ରାନ୍ତ ହୋଇଛନ୍ତି। ମହାରାଷ୍ଟ୍ର ଫେରନ୍ତା କରୋନା ଆକ୍ରାନ୍ତ ହେଉଥିବାରୁ ପଞ୍ଜାବ ସରକାରଙ୍କ ଚିନ୍ତା ବଢ଼ିଛି।

ଆହୁରି ପଢ଼ନ୍ତୁ

ଏହି ଶିଖ ତୀର୍ଥଯାତ୍ରୀମାନେ ମହାରାଷ୍ଟ୍ରର ହଜୁର ସାହିବ ଗୁରୁଦ୍ୱାର ଯାଇଥିଲେ। କରୋନା ପାଇଁ ଲକଡାଉନ ଲାଗୁ ହେବାରୁ ତୀର୍ଥଯାତ୍ରୀମାନେ ସେହିଠାରେ ହିଁ ଫସି ରହିଥିଲେ। ତେବେ ଏପ୍ରିଲ ୨୨ରୁ ଏମାନେ ପଞ୍ଜାବ ଅଭିମୁଖେ ଯିବା ଆରମ୍ଭ କରିଛନ୍ତି।

ବାହାର ରାଜ୍ୟରୁ ଫେରୁଥିବାରୁ ସମସ୍ତଙ୍କର କରୋନା ଟେଷ୍ଟ କରାଯାଉଛି। ଇତି ମଧ୍ୟରେ ୧୭୩ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଆହୁରି ୩୫୦୦ ତୀର୍ଥଯାତ୍ରୀ ପଞ୍ଜାବ ଫେରିବାର ଥିବା ସରକାରଙ୍କ ଚିନ୍ତା ବଢ଼ିଛି।

[ad_2]
Exit mobile version