ଧର୍ମରାଜ୍ୟସ୍ୱାସ୍ଥ୍ୟ

ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ଟିକାକରଣ ଆରମ୍ଭ

ସତ୍ୟଶିଖା,(ପୁରୀ ) ୧୭.୦୩ .୨୦୨୧ :  ଆଜିଠୁ ଆରମ୍ଭ ହେଉଛି ଶ୍ରୀମନ୍ଦିର ସେବାୟତଙ୍କ ଟିକାକରଣ । ଏନେଇ ପ୍ରସ୍ତୁତ ସରିଛି । ସକାଳ ୧୦ଟା ସମୟରେ ସେବାୟତମାନଙ୍କୁ ଟିକା ପ୍ରଦାନ ନିମନ୍ତେ ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ କରାଯିବ । ଦୈନିକ ୧୦୦ ଜଣ ସେବାୟତଙ୍କୁ ଟିକା ପ୍ରଦାନ କରାଯିବାର ଲକ୍ଷ୍ୟ ରଖାଯାଇଛି । ଖବର ଅନୁଯାୟୀ,  ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ଆଜିଠାରୁ କୋଭିଡ-୧୯ ଟୀକାକରଣ ଶିବିର ଶୁଭାରମ୍ଭ ହେବ। ସକାଳ ୧୦ ଟା ସମୟରେ ଶ୍ରୀମନ୍ଦିର ସେବାୟତ ମାନଙ୍କୁ କୋଭିଡ ଟିକା ପ୍ରଦାନ ନିମନ୍ତେ ଏକ ସ୍ୱତନ୍ତ୍ର ଶିବିରର ଶୁଭାରମ୍ଭ କରାଯିବ। ଲୋକନାଥ ରୋଡ ପ୍ରତିହାରୀ ନିଯୋଗ  ଠାରେ ଏହି ଟିକାକରଣ ଶିବିର ଅନୁଷ୍ଠିତ ହେବ । ଏହି ଶିବିରକୁ ଜିଲ୍ଲାପାଳ ସମର୍ଥ ବର୍ମା ଉଦଘାଟନ କରିବେ।

Show More
Back to top button