ରାଜ୍ୟ

୧୫ ‘କରୋନା’ ଆକ୍ରାନ୍ତ ଚିହ୍ନଟ, ସମସ୍ତେ ଥିଲେ କ୍ୱାରେଣ୍ଟାଇନ୍‌ରେ

ରାଉରକେଲା (ପବନ ତିୱାରୀ): ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ୧୫ ‘କରୋନା’ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସମସ୍ତେ କ୍ୱାରେଣ୍ଟାଇନରେ ଥିଲେ। ଏମାନଙ୍କ ଭିତରୁ ୧୪ ଜଣ ବୀରମିତ୍ରପୁର କଲ୍ୟାଣ ମଣ୍ଡପ କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ। ଆଜି ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଭିତରୁ ୯ ମହିଳା ଓ ୫ ପୁରୁଷ ଅଛନ୍ତି। ସେହିପରି ଅନ୍ୟ ଜଣେ କୁଆଁରମୁଣ୍ଡା କ୍ୱାରେଣ୍ଟାଇନ୍‌ କେନ୍ଦ୍ରରୁ ଚିହ୍ନଟ ହୋଇଛନ୍ତି। ସମସ୍ତେ ଦିଲ୍ଲୀରୁ ଫେରି କ୍ୱାରେଣ୍ଟାଇନ୍‌ରେ ଥିଲେ। ଏନେଇ ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଆଜି ସୁଦ୍ଧା ସୁନ୍ଦରଗଡ଼ ଜିଲ୍ଲାରେ ୨୦୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୬୦ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବେ ୪୦ ଜଣ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ଏହାଛଡ଼ା ଅନେକ  କ୍ୱାରେଣ୍ଟାଇନ୍‌ ସେଣ୍ଟରରେ ଅଛନ୍ତି।

ଆହୁରି ପଢ଼ନ୍ତୁ



[ad_2]

Show More
Back to top button