

ସତ୍ୟଶିଖା( ବ୍ରହ୍ମଗିରି )୦୩.୦୬. ୨୦୨୨ : ଚଳିତ ମାସ ୧୫ ତାରିଖରୁ ଆରମ୍ଭ ହେବ ମହାପ୍ରଭୁ ଅଲାରନାଥଙ୍କ ଅନବସର ଦର୍ଶନ । ଗତ ଦୁଇ ବର୍ଷ କୋଭିଡ୍ କଟକଣା ଲାଗୁ ହୋଇଥିବାରୁ ବିନା ଭକ୍ତରେ ଅନୁଷ୍ଠିତ ହୋଇଥିଲା ଅନବସର ନୀତି ।
ଚଳିତ ବର୍ଷ କୋଭିଡ୍ କଟକଣା ହଟି ଯାଇଛି । ପ୍ରଭୁଙ୍କ ଅନବସର ନୀତିର ଦର୍ଶନ କରିବାକୁ ବ୍ୟାପକ ଜନସମାଗମ ହେବ । ଏହାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ବ୍ଲକ ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି ଅନବସର ଦର୍ଶନ ପାଇଁ ପ୍ରଥମ ପ୍ରସ୍ତୁତି ବୈଠକ । ଏଥିରେ ଅଲାରନାଥ ସେବାୟତ ନିଯୋଗ ସ୍ଥାନୀୟ ଲୋକପ୍ରତିନିଧି ଓ ବିଭିନ୍ନ ସାମାଜିକ ସଂଗଠନର ସଦସ୍ୟ ଯୋଗଦେଇଥିଲେ ।