୧୪୭ ନମ୍ବର ଆକ୍ରାନ୍ତ ଗାଁରେ ଥିଲେ, ସାଙ୍ଗମାନଙ୍କ ସହ ବହୁଥର କ୍ରିକେଟ୍ ଖେଳିଥିଲେ

ଭୁବନେଶ୍ୱର (ସତ୍ୟଶିଖା): ଆଉ ୫ କରୋନା ଆକ୍ରାନ୍ତଙ୍କ ସଂପର୍କରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। କେସ୍ ନଂ ୧୪୭, ୧୪୮, ୧୪୯, ୧୫୦ ଓ ୧୫୨ଙ୍କ ସଂପର୍କରେ ତଥ୍ୟ ଦିଆଯାଇଛି। କେସ୍ ନଂ ୧୪୭ ଓ ୧୪୮ ବଲାଙ୍ଗିର ଜିଲ୍ଲା ଗୁଡ଼ଭେଲା ଲେଖିରିଆ ଗାଁର। ଉଭୟେ ତାମିଲନାଡୁରୁ ଫେରି ଆକ୍ରାନ୍ତ ହୋଇଥିଲେ। କେସ୍ ନଂ ୧୪୯, ୧୫୦ ଓ ୧୫୨ ଯାଜପୁର ଜିଲ୍ଲାର। ସେମାନଙ୍କର କୋଲକାତା ଲିଙ୍କ୍ ରହିଛି।

ଆହୁରି ପଢ଼ନ୍ତୁ

ଏସମସ୍ତଙ୍କ ମଧ୍ୟରୁ ବଲାଙ୍ଗିରର ୧୪୭ ନଂ ଆକ୍ରାନ୍ତ ସଂପର୍କରେ ଆସିଛି ଚିନ୍ତାଜନକ ତଥ୍ୟ। ସେ ୧୬-୧୭ ମାର୍ଚ୍ଚରେ ଟ୍ରେନ୍‌ରେ ତାମିଲନାଡୁରୁ ବଲାଙ୍ଗିର ଫେରିଥିଲେ। ମାର୍ଚ୍ଚ ୧୭ରେ ଷ୍ଟେସନ୍‌ରୁ ଅନ୍ୟ ୪ ଜଣଙ୍କ ସହ ଗାଡ଼ିରେ ଘରକୁ ଯାଇଥିଲେ। ମାର୍ଚ୍ଚ ୧୮ରୁ ଏପ୍ରିଲ ୫ ତାରିଖ ଯାଏ ହୋମ୍ କ୍ୱାରେଣ୍ଟାଇନ୍‌ରେ ଥିଲେ। ଏପ୍ରିଲ୍ ୬ରୁ ୩୦ ପର୍ଯ୍ୟନ୍ତ ଗାଁରେ ରହିବା ସମୟରେ ସାଙ୍ଗମାନଙ୍କ ସହିତ ବହୁ ଥର କ୍ରିକେଟ୍ ଖେଳିଥିଲେ। କେବଳ ସେତିକି ନୁହେଁ, ଗାଁରେ ରହିବା ଭିତରେ ସଲେଇପାଲିର ଏକ ସେଲୁନ୍‌ରେ ଚୁଟି କାଟିଥିଲେ।
ତାଙ୍କ ଠାରେ କରୋନାର କୌଣସି ଲକ୍ଷଣ ନଥିଲା। ତେବେ ଟ୍ରାଭେଲ ହିଷ୍ଟ୍ରି ପାଇଁ ନମୁନା ସଂଗ୍ରହ କରି ପରୀକ୍ଷା କରାଯାଇଥିଲା। ଆଉ ରିପୋର୍ଟ ପଜିଟିଭ୍ ଆସିଛି। ମେ’ ୧ରୁ ସେ ବଲାଙ୍ଗିର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।

[ad_2]
Exit mobile version