ବିଦେଶ

୧୩ ବର୍ଷ ପରେ ତୁର୍କୀରେ ଅବତରଣ କଲା ଇସ୍ରାଏଲ୍ ବିମାନ

ଜେରୁଜୁଲମ: ୧୩ ବର୍ଷ ପରେ ଇସ୍ରାଏଲର ବିମାନ ତୁର୍କିରେ ଅବତରଣ କରିଛି। ଇସ୍ରାଏଲର ଏଲ ଅଲ୍ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏହି ସୂଚନା ଦେଇଛି। ଦୁଇ ଦେଶ ମଧ୍ୟରେ ସମ୍ପର୍କରେ ତିକ୍ତତା ବଢ଼ିବାରୁ ବିମାନ ସେବା ବାତିଲ୍ ହୋଇଥିଲା। ଏବେ ୧୩ ବର୍ଷ ପରେ ଦୁଇ ଦେଶ ମଧ୍ୟରେ ପୁଣି ବିମାନ ସେବା ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ

ଏହି ୧୩ ବର୍ଷ ଭିତରେ ଜରୁରୀକାଳୀନ ବିମାନ ଲ୍ୟାଣ୍ଡିଂ ଛଡ଼ା କୌଣସି ଇସ୍ରାଏଲ ବିମାନ ତୁର୍କୀରେ ଅବତରଣ କରିନଥିବା ସୂଚନା ରହିଛି। ଏବେ ଦୁଇଟି ଯାତ୍ରୀବାହୀ ବିମାନକୁ ଚଳାଇବା ପାଇଁ ତୁର୍କୀ ଅନୁମତି ଦେଇଥିବା ଜଣାପଡ଼ିଛି। ଏଥିସହିତ ନିୟମିତ ଭାବରେ ମାଲପରିବହନ କରୁଥିବା ବିମାନ ଉଡ଼ାଣ ପାଇଁ ତୁର୍କୀ ଅନୁମତି ଦେଇଛି।

[ad_2]
Show More
Back to top button