ଜୀବନମନ୍ତ୍ରଦେଶନିଯୁକ୍ତିରାଜ୍ୟଶିକ୍ଷା

ଗୋଟିଏ ଦିନରେ ଓପିଏସ୍‌ସି ଓ ଗେଟ୍‌ ପରୀକ୍ଷା

ସତ୍ୟଶିଖା (ଭୁବନେଶ୍ୱର) ୨୩/୦୧/୨୦୨୧ : ଗୋଟିଏ ଦିନରେ ଓପିଏସସି ଓ ଗେଟ ପରୀକ୍ଷାକୁ ନେଇ ପରୀକ୍ଷାର୍ଥୀ ଦ୍ବନ୍ଦ୍ବରେ ପଡ଼ିଛନ୍ତି । ଫେବୃଆରୀ ୭ରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି)ଦ୍ୱାରା ପରିଚାଳିତ ସହକାରୀ ନିର୍ବାହୀ ଯନ୍ତ୍ରୀ (ଇଲେକ୍ଟ୍ରିକାଲ) ପଦରେ ନିଯୁକ୍ତି ପାଇଁ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବାକୁ ଥିବାବେଳେ ସେହିଦିନ ଆଇଆଇଟି ବମ୍ବେ ପକ୍ଷରୁ ଗେଟ୍‌ ପରୀକ୍ଷା ରହିଛି । ଉଭୟ ପରୀକ୍ଷା ଗୋଟିଏ ଦିନରେ ଅନୁଷ୍ଠିତ ହେଉଥିବାରୁ ନିଯୁକ୍ତି ନିମନ୍ତେ ଆବେଦନ କରିଥିବା ଏବଂ ଗେଟ୍‌ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିବା ପରୀକ୍ଷାର୍ଥୀ କେଉଁ ପରୀକ୍ଷା ଦେବେ ତାକୁ ନେଇ ଦ୍ବନ୍ଦ୍ବରେ ରହିଛନ୍ତି ।

ଲିଖିତ ପରୀକ୍ଷା ସଂକ୍ରାନ୍ତରେ ଓପିଏସ୍‌ସି ଗତ ୧୯ ତାରିଖରେ ବିଜ୍ଞପ୍ତି ମାଧ୍ୟମରେ ସିଟିଂ କାର୍ୟ୍ୟସୂଚୀ ପ୍ରକାଶ କରିଛି । ଦୁଇଟି ସିଟିଂରେ ପରୀକ୍ଷା ହେବ । ପ୍ରଥମ ସିଟିଂ ପୂର୍ବାହ୍ନ ୯ରୁ ଆରମ୍ଭ ହୋଇ ମଧ୍ୟାହ୍ନ ୧୨ ଟାରେ ସରିବ । ଦ୍ଵିତୀୟ ସିଟିଂ ଅପରାହ୍ଣ ୨ଟାରୁ ସନ୍ଧ୍ୟା ୫ଟା ଯାଏଁ ଚାଲିବ । ସେହିପରି ଗେଟ୍‌ ପରୀକ୍ଷା ପୂର୍ବାହ୍ନ ସାଢେ ୯ଟାରୁ ୧୨.୩୦ ମିନିଟ ଯାଏଁ ଚାଲିବ ।

Show More
Back to top button