ଦେଶ

ୟୁପିରେ ୨୪ ଘଣ୍ଟାରେ ୩୬୦ କରୋନା ଆକ୍ରାନ୍ତ ଚିହ୍ନଟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ୨୪ ଘଣ୍ଟାରେ ୩୬୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଏତେ ସଂଖ୍ୟକ ଆକ୍ରାନ୍ତ ଚିହ୍ନଟ ହେବା ପରେ ଉତ୍ତର ପ୍ରଦେଶ ବାସୀ ଏବେ ଭୟଭୀତ ହୋଇପଡ଼ିଛନ୍ତି।

କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହଠାତ୍ ବଢ଼ିବା ପରେ ପ୍ରମୁଖ ସଚିବ ଅମିତ ମୋହନ ପ୍ରସାଦ କହିଛନ୍ତି, “ଗତ ୨୪ ଘଣ୍ଟାରେ ରାଜ୍ୟରେ ୩୬୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୨,୩୧୦ ଛୁଇଁଛି। ସେହିପରି ୧୨୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ୩୦୯୯ ଜଣ ଆରୋଗ୍ୟ ହୋଇଛନ୍ତି। ପ୍ରବାସୀ ମାନେ ଆସିବାପରେ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ହୋଇଛି”।

ଆହୁରି ପଢ଼ନ୍ତୁ

ମେଡିକାଲ ଏବଂ ସ୍ୱାସ୍ଥ୍ୟ ସଚିବ କହିଛନ୍ତି, ପ୍ରବାସୀ ଶ୍ରମିକଙ୍କ ନମୁନା ନେବା ଆରମ୍ଭ ହୋଇଛି। ଆଶା କର୍ମଚାରୀମାନେ ପ୍ରବାସୀ ଶ୍ରମିକଙ୍କ ଘରକୁ ଯାଇ ୫ ଲକ୍ଷ ୪୨ ହଜାର ୫୪୩ ନମୁନା ସଂଗ୍ରହ କରିଛନ୍ତି। ଏଯାବତ ୪୬,୧୪୨ ନମୁନା ସଂଗ୍ରହ କରଯାଇଛି। ସେଥିମଧ୍ୟରୁ ୧୨୩୦ ପ୍ରବାସୀ ଶ୍ରମିକ ସଂକ୍ରମିତ ହୋଇଥିଲେ।

ପ୍ରସାଦ ଆହୁରି କହିଛନ୍ତି, ୧୩,୧୭୮ ଲୋକଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି। ବୁଧବାର ମୋଟ୍ ୬୭୪୦ ନମୁନା ପରୀକ୍ଷା କରାଯାଇଛି।

[ad_2]
Show More
Back to top button