ୟୁପିଏସସି ପ୍ରିଲିମିନାରୀ ଓ ମେନ୍ ପରୀକ୍ଷା ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ: ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ୍ (ୟୁପିଏସସି)ର ସିଭିଲ୍ ପ୍ରିଲିମିନାରୀ ପରୀକ୍ଷା ପାଇଁ ଶୁକ୍ରବାର ନୂଆ ତାରିଖର ଘୋଷଣା କରାଯାଇଛି। ସଂଶୋଧିତ କ୍ୟାଲେଣ୍ଡର ଅନୁଯାୟୀ, ୟୁପିଏସସି ସିଭିଲ୍ ସର୍ଭିସେସ୍ ଓ ଆଇଏଫଏସ୍ ପ୍ରିଲିମିନାରୀ ପରୀକ୍ଷା ଅକ୍ଟୋବର ୪, ୨୦୨୦ରେ ହେବ। ଏହା ପରୋ ସିଭିଲ୍ ସର୍ଭିସର ମୁଖ୍ୟ ପରୀକ୍ଷା ଜାନୁଆରୀ ୮, ୨୦୨୧ରେ ଆୟୋଜିତ ହେବ। ସେହିପରି ଇଣ୍ଡିଆନ୍ ଫରେଷ୍ଟ୍ ସର୍ଭିସ୍ (ଆଇଏଫସି)ର ମୁଖ୍ୟ ପରୀକ୍ଷା ଫେବୃଆରୀ ୨୮, ୨୦୨୧ରେ ଆୟୋଜିତ ହେବ।
ଅନ୍ୟପକ୍ଷରେ ଉଭୟ ଏନଡିଏ ଓ ଏନଏ ପରୀକ୍ଷା (୧) ଏବଂ ଏନଡିଏ ଓ ଏନଏ ପରୀକ୍ଷା (୨) ଚଳିତ ବର୍ଷ ସେପ୍ଟେମ୍ବର ୬ ତାରିଖରେ ହେବ। ଏହାବ୍ୟତୀତ ୨୦୧୯ର ୟୁପିଏସସି ପର୍ସନାଲିଟି ଟେଷ୍ଟ ଫର୍ ସିଭିଲ୍ ସର୍ଭିସେସର ମୁଖ୍ୟ ପରୀକ୍ଷା ଚଳିତ ବର୍ଷ ଜୁଲାଇ ୨୦ ତାରିଖରେ ହେବ ବୋଲି ୟୁପିଏସସି ପକ୍ଷରୁ କୁହାଯାଇଛି। ଏହି ପରୀକ୍ଷା ସମ୍ବନ୍ଧରେ କମିଶନ୍ ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ସୂଚନା ଦେବେ।
ଆହୁରି ପଢ଼ନ୍ତୁ
ୟୁପିଏସସି ପରୀକ୍ଷା ଚଳିତ ବର୍ଷ ମେ’ ୩୧ ତାରିଖରେ ହେବା ନେଇ ଧାର୍ଯ୍ୟ ହୋଇଥିଲା, କିନ୍ତୁ କରୋନାଭାଇରସ୍ ଯୋଗୁ ଏହାକୁ ସ୍ଥଗିତ କରିଦିଆଯାଇଥିଲା। ଏହା ସହ ଇଣ୍ଡିଆନ୍ ଫରେଷ୍ଟ୍ ସର୍ଭିସ୍ ପରୀକ୍ଷାକୁ ସ୍ଥଗିତ କରାଯାଇଥିଲା।
ପ୍ରତିବର୍ଷ ଦେଶର ୧୦ଲକ୍ଷରୁ ଅଧିକ ପ୍ରାର୍ଥୀ ସିଭିଲ୍ ସର୍ଭିସେସ୍ ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍ କରନ୍ତି। ପ୍ରିଲିନିନାରୀ ପରୀକ୍ଷା ଲିଖିତ ହୋଇଥାଏ। ଏହା ପରେ ମୁଖ୍ୟ ପରୀକ୍ଷା ଲିଖିତ ହେବା ପରେ ଇଣ୍ଟରଭ୍ୟୁ ରାଉଣ୍ଡ ମଧ୍ୟ ହୋଇଥାଏ।