ହ୍ରିତିକ୍-ସୁଜୈନଙ୍କୁ ଏକାଠି କଲା କରୋନା


ମୁମ୍ବାଇ: ହୁଏତ ଆପଣ ହ୍ରିତିକ୍-ସୁଜୈନଙ୍କ ଯୋଡ଼ି ଭୁଲଯାଇଥିବେ। ହେଲେ ଦିନ ଥିଲା, ବଲିଉଡ୍ ହ୍ୟାଣ୍ଡସମ ହଙ୍କ୍ ହ୍ରିତିକ୍ ରୋଶନ ଏବଂ ସୁଜୈନ୍ ଖାନଙ୍କ ଯୋଡ଼ି ସମସ୍ତଙ୍କ ମନପସନ୍ଦର ଯୋଡ଼ି ଥିଲା। ହେଲେ ଲକ୍ଷ ଲକ୍ଷ ଫ୍ୟାନଙ୍କ ହୃଦୟକୁ ଭାଙ୍ଗି ଏହି ଦମ୍ପତି ପରସ୍ପରଠାରୁ ଅଲଗା ହେବାର ନିଷ୍ପତ୍ତି ନେଇଥିଲେ। ଆଉ ଆପୋଷ ବୁଝାମଣାରେ ହ୍ରିତିକ୍-ସୁଜୈନଙ୍କ ଛାଡ଼ପତ୍ର ହୋଇଥିଲା, ଯାହା ବଲିଉଡର ସବୁଠାରୁ ମହଙ୍ଗା ଛାଡ଼ପତ୍ର ବୋଲି ମଧ୍ୟ ଚର୍ଚ୍ଚା ହେଉଥିଲା। ତେବେ ଆଜି ସାରା ଦୁନିଆକୁ ଭୟଭୀତ କରି ରଖିଥିବା କରୋନା ଭୂତାଣୁ କିନ୍ତୁ ହ୍ରିତିକ୍-ସୁଜୈନଙ୍କୁ ପୁଣି ଏକାଠି ଆଣିପାରିଛି।
ହ୍ରିତିକ୍-ସୁଜୈନଙ୍କ ଦୁଇ ପୁଅ ହେଉଛନ୍ତି ରେହାନ ଏବଂ ରିଦାନ। ସେମାନଙ୍କ ଉପରେ ଛାଡ଼ପତ୍ରର ପ୍ରଭାବ ଯେପରି ନ ପଡ଼େ ଏନେଇ ଉଭୟ ବାପା,ମାଆ ସବୁବେଳେ ଚେଷ୍ଟା କରିଥାନ୍ତି। ଏଣୁ ଛାଡ଼ପତ୍ର ପରେ ମଧ୍ୟ ପିଲାମାନଙ୍କ ପାଇଁ ଦୁହେଁ ସମୟ ସମୟରେ ସାକ୍ଷାତ କରନ୍ତି ଓ ସମୟ ବିତାଇଥାନ୍ତି। ଏହି କ୍ରମରେ କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ଚାରିଆଡ଼େ ଲକ୍ ଡାଉନ୍ ଘୋଷଣା କରାଯାଇଥିବା ବେଳେ ପୁଣି ପିଲାଙ୍କ ଧ୍ୟାନ ରଖିବାକୁ ହ୍ରିତିକ୍-ସୁଜୈନ୍ ଏକାଠି ହୋଇଛନ୍ତି।
ଏଠାରେ କହି ରଖୁଛୁ ଯେ, ଛାଡ଼ପତ୍ର ପରେ ଦୁଇ ପୁଅ ହ୍ରିତିକଙ୍କ ଘରେ ରହୁଛନ୍ତି। କିନ୍ତୁ ଏହି ସମୟରେ ପିଲାମାନଙ୍କ ଧ୍ୟାନ ରଖିବାକୁ ସୁଜୈନ୍ ହ୍ରିତିକଙ୍କ ଜୁହୁସ୍ଥିତ ବାସଭବନକୁ ସିଫ୍ଚ ହୋଇଛନ୍ତି। ଏପଟେ କରୋନା ଭୂତାଣୁ ନେଇ ସତର୍କ ରହିବାକୁ ରେହାନ ଓ ରିଦାନଙ୍କୁ ଘରେ ହିଁ ରଖାଯାଉଛି। ସମସ୍ତେ ସେଲ୍ଫ ଆଇସୋଲେସନରେ ଅଛନ୍ତି। ଏହାରି ଭିତରେ ହ୍ରିତିକ୍ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଏହା ହ୍ରିତିକ୍-ସୁଜୈନଙ୍କ ପୂରୁଣା ଫଟୋ। ଫଟୋଟି ଶେୟାର କରି ସୁଜୈନଙ୍କୁ ଧନ୍ୟବାଦ କହିଛନ୍ତି ହ୍ରିତିକ୍।
ହ୍ରିତିକ୍-ସୁଜୈନଙ୍କ 2014ରେ ଛାଡ଼ପତ୍ର ହୋଇଯାଇଛି। ତଥାପି ରେହାନ ଓ ରିଦାନଙ୍କ ପାଇଁ ଦୁହେଁ ଏକାଠି ସମୟ ବିତାଇଥାନ୍ତି। ଏପରି କି ଛୁଟି କାଟିବାକୁ ଏକାଠି ମଧ୍ୟ ରୁହନ୍ତି। ହ୍ରିତିକ୍ ସପରିବାର ଛୁଟି କାଟୁଥିବା ବେଳେ ଅନେକ ସମୟରେ ସୁଜୈନଙ୍କୁ ମଧ୍ୟ ସେଠାରେ ଦେଖିବାକୁ ମିଳିଥାଏ। ତେବେ ଉଭୟଙ୍କ ଛାଡ଼ପତ୍ର ଅଗଣିତ ବଲିଉଡପ୍ରେମୀଙ୍କ ମନରେ କଷ୍ଟ ଦେଇଥିଲା।
[ad_2]






