ଦେଶ

ହାତୀ ବନିଲେ କୋଟିପତି, ବିହାରର ଅଖତର ଇମାମ ସୃଷ୍ଟି କଲେ ଉଦାହରଣ

ପାଟନା: କିଛିଦିନ ହେଲା ହାତୀ ଓ ଅନ୍ୟ ବନ୍ୟଜନ୍ତୁଙ୍କ ପ୍ରତି ମଣିଷର ନୃଶଂସ ଆଭିମୁଖ୍ୟ ଚର୍ଚ୍ଚାରେ ରହିଥିଲା। ହେଲେ ଏବେ ବିହାରର ପାଟନାରୁ ଏକ ଚମତ୍କାର ଓ ବିରଳ ଘଟଣା ସାମ୍ନାକୁ ଆସିଛି। ବିହାରର ଅଖତର ଇମାମ ଦୁଇଟି ହାତୀଙ୍କ ନାଁରେ ତାଙ୍କର ଅଧା ସମ୍ପତ୍ତି କରିଦେଇଛନ୍ତି।

ରାଣୀ ଓ ମୋତି ନାଁରେ ଏହି ଦୁଇଟି ହାତୀ ଦୀର୍ଘ ବର୍ଷ ହେଲାଣି ଅଖତରଙ୍କ ସହ ରହି ଆସୁଛନ୍ତି। ନିଜର ପିଲା ଭଳି ଅଖତର ଏମାନଙ୍କୁ ଲାଳନପାଳନ ମଧ୍ୟ କରୁଛନ୍ତି। ହାତୀ ଦ୍ୱୟ ବି ଅଖତରଙ୍କ ବିଶ୍ୱସ୍ତ। ଅଖତର ତାଙ୍କର ଅଧା ସମ୍ପତ୍ତି ମୋତି ଓ ରାଣୀ ନାଁରେ କରିବାକୁ ଘୋଷଣା କରିଥିବାରୁ ଏବେ ସେମାନେ କୋଟିପତି ହାତୀର ଆଖ୍ୟା ପାଇଛନ୍ତି।

ମୋତିକୁ ୧୫ ବର୍ଷ ହୋଇଥିବା ବେଳେ ରାଣୀର ବୟସ ୨୦ ବର୍ଷ। ସେମାନେ ନନ୍‌ ପ୍ରଫିଟ ଆର୍ଗାନାଇଜେସନ ଚଳାଉଥିବା ଅଖତର ଇମାମଙ୍କ ସହ ସବୁବେଳେ ରହିଥାନ୍ତି। ଇମାନ କହିଛନ୍ତି, “ପଶୁଜନ୍ତୁ ବେଶ ବିଶ୍ୱସ୍ତ। ସେମାନେ ମଣିଷଙ୍କ ଭଳି ବିଶ୍ୱାସ ଘାତକ କରନ୍ତି ନାହିଁ। ହାତୀ ସଂରକ୍ଷଣ ପାଇଁ ମୁଁ ଦୀର୍ଘ ବର୍ଷ ହେଲା କାମ କରି ଆସୁଛି।

ଆହୁରି ପଢ଼ନ୍ତୁ

ମୋର ମୃତ୍ୟୁ ପରେ ମୋର ହାତୀମାନେ ଅନାଥ ହୋଇଯାଆନ୍ତୁ ବୋଲି ମୁଁ ଚାହୁଁନାହିଁ। ମୋ ନାଁରେ ଥିବା ଜମି ଗୁଡ଼ିକ ମୁଁ ହାତୀମାନଙ୍କ ନାଁରେ କରିଦେବି। ଏହି ଜମିର ମୂଲ୍ୟ ପ୍ରାୟ କୋଟିରୁ ଅଧିକ ଟଙ୍କା। ଫଳରେ ମୋ ମୃତ୍ୟୁ ପରେ ମୋ ହାତୀମାନଙ୍କର କିଛି ବି ଅସୁବିଧା ହେବନାହିଁ।

ମୋ ନନ୍‌ ପ୍ରଫଟି ଅର୍ଗାନାଇଜେସନ ଏହାର ଦେଖାଶୁଣା କରିବ। ଏହି ହାତୀ ମୋ ଜୀବନକୁ ଅନେକ ଥର ବଞ୍ଚାଇଛନ୍ତି। ଗୋଟିଏ ଥର ମୋତେ କିଛି ଗୁଣ୍ଡା ମାରିବାକୁ ଆସିଥିଲେ। ଗୁଣ୍ଡାମାନେ ବନ୍ଧୁକ ଧରି ମୋ ଘର ମଧ୍ୟରେ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ହାତୀ ଦ୍ୱୟ ସେମାନଙ୍କୁ ଅଟକାଇବାକୁ ସହ ମୋତେ ସତର୍କ କରାଇ ଦେଇଥିଲେ। ଫଳରେ ମୁଁ ଅନ୍ୟମାନଙ୍କୁ ବି ଗୁଣ୍ଡମାନଙ୍କ ଆସିବା ଖବର ଦେବା ସହ ଏକ ନିଶ୍ଚିତ ମୃତ୍ୟୁରୁ ରକ୍ଷା ପାଇଯାଇଥିଲି।”

କିଛିଦିନ ତଳେ କେରଳରେ ଗୋଟିଏ ଗର୍ଭିଣୀ ହାତୀକୁ ସପୁରୀ ଭିତରେ ବିସ୍ଫୋରକ ଖଞ୍ଜି ହତ୍ୟା କରାଯାଉଥିଲା। ସମଗ୍ର ଦେଶରେ ଏହାକୁ ନିନ୍ଦା କରାଯାଇଥିଲା। ଏସବୁ ଭିତରେ ବିହାରରୁ ଏଭଳି ଏକ ଖବର ସମସ୍ତଙ୍କୁ ଆଶ୍ୱସ୍ତ କରିଛି।

[ad_2]
Show More
Back to top button