ରାଜ୍ୟ
ହାତୀ ଛୁଆକୁ ଫାଶ ପକାଇ ହତ୍ୟା କରିଥିଲେ, ଧରା ପଡ଼ିଲେ


ରାଉରକେଲା (ସତ୍ୟଶିଖା): ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫରେଷ୍ଟ ରେଞ୍ଜ ଅନ୍ତର୍ଗତ ସାନ୍ ଡଲାକୁଦରର ରୁତୁକୁପେଡ଼ି ଜଙ୍ଗଲରେ ଚାରି ମାସର ହାତୀ ଛୁଆକୁ ଫାଶ ପକାଇ ହତ୍ୟା କରିବା ଘଟଣାରେ ରାଉରକେଲା ବନ ବିଭାଗ ଜଣେ ଶିକାରୀକୁ ଗିରଫ କରିଛି। ରାଉରକେଲା ଡିଏଫ୍ଓ ସଞ୍ଜୟ ସ୍ଵାଇଁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ, ଗିରଫ ଶିକାରୀ ନିକଟରୁ ଧନୁ, ତୀର, ଫାଶ, କରତ, ହରିଣ ସିଙ୍ଘ ଓ ବାରହା ଦାନ୍ତ ଜବତ କରାଯାଇଛି। ଏହାସହ ଶିକାରରେ ବ୍ୟବହୃତ ଅସ୍ତ୍ର ମଧ୍ୟ ଜବତ କରାଯାଇଛି।
ଆହୁରି ପଢ଼ନ୍ତୁ
ଏ ଘଟଣାରେ ଯେଉଁମାନେ ସମ୍ପୃକ୍ତ ଥିବେ, ସେମାନଙ୍କ ବିରୋଧରେ ବନ ବିଭାଗ କଡ଼ା କାର୍ଯ୍ୟାନୁଷ୍ଠାନ ନେବ ବୋଲି ଡିଏଫ୍ଓ ସଞ୍ଜୟ ସ୍ଵାଇଁ କହିଛନ୍ତି।