ରାଜ୍ୟ

ହାଣିଲେ, ୧୦ ଲକ୍ଷ ଲୁଟି ନେଲେ

ଭଦ୍ରକ (ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକରେ ଆଜି ଜଣେ ଗ୍ୟାସ୍‌ ଏଜେନ୍ସି କର୍ମଚାରୀଙ୍କ ନିକଟରୁ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟ୍‌ ହୋଇଛି। କର୍ମଚାରୀଜଣକ ବ୍ୟାଙ୍କକୁ ଟଙ୍କା ଡିପୋଜିଟ୍‌ କରିବାକୁ ଯାଉଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି। ପୁଲିସ୍‌ ଘଟଣାର ଖୋଳତାଡ଼ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ

ତିହିଡ଼ି ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ପାଳିଆବିନ୍ଧା ରାଉତ ଗ୍ରାମୀଣ ଗ୍ୟାସ ଏଜେନ୍ସିର କର୍ମଚାରୀ ପ୍ରମୋଦ ଭଞ୍ଜ ୧୦ଲକ୍ଷ ୮୦ ହଜାର ଟଙ୍କା ଡିପୋଜିଟ୍ କରିବାକୁ ଆଜି ତିହିଡିସ୍ଥିତ ୟୁକୋ ବ୍ୟାଙ୍କ୍‌କୁ ଯାଉଥିଲେ।  ଜିଝାରପୁର ରେଳ ଲାଇନ ନିକଟରେ ୩ ଜଣ ଦୁର୍ବୃତ୍ତ ଏକ ନମ୍ବର ପ୍ଲେଟ ନଥିବା ବାଇକ୍‌ରେ ପଛରୁ ଦ୍ରୁତ ଗତିରେ ଆସି ପ୍ରମୋଦଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିଥିଲେ। ଏହା ପରେ ତାଙ୍କ ହାତରୁ ବ୍ୟାଗ୍‌ଟି ଖସି ପଡ଼ିବାରୁ ଦୁର୍ବୃତ୍ତମାନେ ତାକୁ ନେଇ ଫେରାର ହୋଇଯାଇଥିଲେ।

ସ୍ଥାନୀୟ ଲୋକେ ପ୍ରମୋଦଙ୍କୁ ଉଦ୍ଧାର କରି ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ପ୍ରମୋଦ ଘଟଣା ସଂପର୍କରେ ତିହିଡ଼ି ଥାନାରେ ଅଭିଯୋଗ କରିଛନ୍ତି।

[ad_2]
Show More
Back to top button