ହଠାତ୍ ବଢିଥିବା ପିଆଜର ବର୍ଦ୍ଧିତ ଦରକୁ ନେଇ ଚିନ୍ତାରେ ଖାଉଟି


ସତ୍ୟଶିଖା (ଭୁବନେଶ୍ୱର ) ୨୮.୧୦.୨୦୨୩ : ହାତ ମାରି ହେଉନି ପିଆଜ ଠି। କିଏ ଦୂରରୁ ଥାଇ ଦେଖିଦେଉଛି ତ କିଏ ବିଲକୁଲ ଅନାଉନି। ହାଟକୁ ଗଲେ ମାତ୍ରେ ପରିବା ବ୍ୟାଗରେ ପିଆଜ ଗୋଟିଏ କେଜି ପଶୁ ଥିଲା। କିନ୍ତୁ ଏବେ ଯେମିତି ହୁ ହୁ ହୋଇ ପିଆଜର ଦର ବଢିବାରେ ଲଗିଛି.., ଗୋଟିଏ କେଜି କଣ ଅଧ କେଜି ଆଣିବାକୁ ବି ବାଧୁଛି। ବଡ଼ ଦୋକାନୀଙ୍କ ଠାରୁ ଆରମ୍ଭ କରି ଖୁଚୁରା ବ୍ୟବସାୟୀ ପର୍ଯ୍ୟନ୍ତ ସବୁଠି 60 ପାର । ବଜାର ରେ 60 ଟଙ୍କା ତଳକୁ ଆଉ ପିଆଜ ମିଳୁନି। ପିଆଜର ଏପରି ହଠାତ୍ ଦର ବୃଦ୍ଧି ନେଇ ଚିନ୍ତାରେ ପଡିଗଲେଣି ଖାଉଟି । ରୋଷେଇ ଘରୁ ଉଭାନ ହେଇଯିବନି ତ ପିଆଜ ଏପରି ଚିନ୍ତା ମଧ୍ୟ ଘାଇଲା କରୁଛି ଖାଉଟିଙ୍କୁ। ଆମିଶ ଆଇଟମରେ ପିଆଜ ନହେଲେ ନଚଳେ , ଖାଲି ଆମିଶ ନୁହେଁ ନିରାମିଶରେ ମଧ୍ୟ ପିଆଜକୁ ଖୋଜା ପଡିଥାଏ। ପିଅଜି ବିନା ଖାଦ୍ୟ ସ୍ୱାଦିଷ୍ଟ ହୁଏନା କି ପାଟିକୁ ବି ରୁଚେନା। ତେବେ ପିଆଜର ଏହି ବର୍ଦ୍ଧିତ ଦର ସତରେ ଭାରି ବାଧୁଛି ।
ଓଡିଶାକୁ ଆସୁଥିବା ପିଆଜ ପାଇଁ ନାସିକର ବଜାର ଉପରେ ନିର୍ଭର କରିବାକୁ ପଡେ। ପାଖାପାଖି 60 ପ୍ରତିଶତ ପିଆଜ ନାସିକ ରୁ ଆମଦାନୀ ହୁଏ। ହେଲେ ଏବେ ବର୍ଷା କାରଣରୁ ନୂଆ ପିଆଜ ଆସିପାରୁନାହଁ। ସେଥିପାଇଁ ପିଆଜ ଦର ବଢିଛି। ନଭେମ୍ବର ମାସ ଶେଷ ସୁଦ୍ଧା ବଜାର କୁ ନୂଆ ପିଆଜ ଆସିବ॥ ନୂଆ ପିଆଜ ଆସିଲେ ନଭେମ୍ବର ଶେଷ ସୁଦ୍ଧା ପିଆଜ ଦର କମିବାର ଆଶା ଅଛି ବୋଲି କହିଛନ୍ତି ବ୍ୟବସାୟୀ ସଂଘର ସଚିବ।
ଗୋଟିଏ ପଟେ ପରିବା ଦର ଉଚ୍ଚ ଥିବା ବେଳେ ପିଆଜ ଦର ପୁଣି ଖାଉଟି ଙ୍କୁ ଚିନ୍ତା ରେ ପକାଇଛି। ଆବଶ୍ୟକ ଠାରୁ କମ ପରିମାଣ ର ପିଆଜ ନେଇ କାମ ମେଣ୍ଟାଇବା କୁ ଲୋକେ ବାଧ୍ୟ ହେଉଛନ୍ତି।
ଖୁଚୁରା ବଜାରରେ କିଏ କେତେ ବିକିଲା କିଏ କେତେ କିଣିଲା ତାହା ଦେଖିବାକୁ କେହି ନାହିଁ। ପିଆଜ କାଟିଲେ କାନ୍ଦ ଲାଗୁଥିଲା। ଏବେ ପିଆଜ ଦେଖୁ ଦେଖୁ କାନ୍ଦ ଲାଗୁଛି। ତେବେ କେବେ ନିୟନ୍ତ୍ରଣ କୁ ଆସୁଛି ପିଆଜ ଦର ତାହା ଦେଖିବାକୁ ବାକି ରହିଲା।