ରାଜ୍ୟ

ହଟ୍‌ସ୍ପଟ୍‌ ଜିଲ୍ଲାରୁ ରାଜଧାନୀ ଆସିଲେ ରହିବେ ସରକାରୀ କ୍ୱାରେଣ୍ଟାଇନରେ

ଭୁବନେଶ୍ୱର(ସତ୍ୟଶିଖା): ଏଣିକି ହଟ୍‌ସ୍ପଟ୍‌ ଜିଲ୍ଲାରୁ ରାଜଧାନୀ ଭୁବନେଶ୍ୱରକୁ ଫେରିଲେ କ୍ୱାରେଣ୍ଟାଇନରେ ରହିବାକୁ ପଡ଼ିବ। ହୋମ୍ କ୍ୱାରେଣ୍ଟାଇନ ନୁହେଁ ବରଂ ସରକାରୀ କ୍ୱାରେଣ୍ଟାଇନ ରହିବାକୁ ପଡ଼ିବ। ଆଜି ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

ସେ କହିଛନ୍ତି ଯେ, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ରାଜଧାନୀରେ ମୁଖ୍ୟତଃ ବସ୍ତି ଅଞ୍ଚଳକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ୱାର୍ଡ କମିଟି ଗଠନ କରି ଆକ୍ଟିଭ୍ ସର୍ଭିନାସ୍ ଜାରି ରହିଛି। ଏହି ଆଧାରରେ ସୁବାସ ନଗର ଅଞ୍ଚଳରେ ୬ ରାଉଣ୍ଡ ଆକ୍ଟିଭ ସର୍ଭିଲାନ୍ସ ହୋଇଛି। ସେହିପରି ଅଧିକ ପ୍ରଭାବିତ ହେବା ଆଶଙ୍କା ଥିବା ବୟସ୍କ ଓ ଶିଶୁଙ୍କୁ ଚିହ୍ନଟ କରାଯାଉଛି। ଏମାନଙ୍କୁ ସ୍ୱତନ୍ତ୍ର ଆପ୍ ଜରିଆରେ ସଚେତନ କରାଯାଉଛି। ପରିବାର ସହ ରହୁନଥିବା ୫ ହଜାର ବୟସ୍କଙ୍କୁ ଚିହ୍ନଟ କରାଯାଇଛି।”

ଆହୁରି ପଢ଼ନ୍ତୁ

ସେ ଆହୁରି କହିଛନ୍ତି ଯେ, ସଂଧ୍ୟା ୫ରୁ ୭ ଯାଏ ବୟସ୍କଙ୍କ ପାଇଁ ପାର୍କ ଖୋଲା ରଖାଯାଉଛି। ଏହାଛଡ଼ା ରାଜଧାନୀରେ ଚାଲୁଥିବା ବିଭିନ୍ନ ହସ୍ପିଟାଲରେ ଏବେ ଯାଞ୍ଚ କରାଯାଉଛି। ୩ଟି ଟିମ୍ ୧୦ଟି ଘରୋଇ ହସ୍ପିଟାଲକୁ ଯାଞ୍ଚ କରିଛନ୍ତି। ସିଲ୍ ହୋଇଥିବା ଘରୋଇ ହସ୍ପିଟାଲରୁ ଏବେ ସୁଦ୍ଧା ୩୯ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବିଏମ୍‌ସି କମିଶନର ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ

[ad_2]
Show More
Back to top button