ସ୍ୱିଜରଲ୍ୟାଣ୍ଡର ପାହାଡ଼ରେ ତ୍ରିରଙ୍ଗା ଦେଲା ଆଶାର ବାର୍ତ୍ତା


ଜେନେଭା: ବିବଧତାରେ ଏକତା, ଶୌର୍ଯ୍ୟ ଏବଂ ଶାନ୍ତିର ପ୍ରତୀକ ତ୍ରିରଙ୍ଗା ଏବେ ସ୍ୱିଜରଲ୍ୟାଣ୍ଡର ଏକ ପାହାଡ଼ରେ ଶୋଭାପାଉଛି। ସ୍ୱିଜରଲ୍ୟାଣ୍ଡର ମ୍ୟାଟରହର୍ଣ୍ଣ ନାମକ ଏକ ବୃହତ୍ ପର୍ବତ ତ୍ରିରଙ୍ଗାର ରଙ୍ଗରେ ସଜାଇ ହୋଇ କରୋନା ମହାମାରୀର କାଳିମା ଭିତରେ ଆଶାର ବାର୍ତ୍ତା ଦେଇଛି।
Switzerland expresses solidarity with India in its fight against #COVID19. Swiss mountain of #Matterhorn lit in tricolour. Friendship from Himalayas to Alps 🇮🇳🏔🇨🇭
Thank you @zermatt_tourism#Together_against_Corona @IndiainSwiss @MEAIndia @IndiaUNGeneva pic.twitter.com/O84dBkPfti— Gurleen Kaur (@gurleenmalik) April 18, 2020
ଆହୁରି ପଢ଼ନ୍ତୁ
୧୪,୬୯ ଫୁଟ ଉଚ୍ଚ ଏହି ପାହାଡ଼ ଉପରେ ସ୍ୱିଜରଲ୍ୟାଣ୍ଡର ଜଣେ ଲାଇଟ୍ ଆର୍ଟିଷ୍ଟ ଗେରୀ ହୋଫ୍ଷ୍ଟେଟର୍ ଏଭଳି ଅଭିନବ ତରିକାରେ ବିଭିନ୍ନ ଦେଶର ପତାକା ଏବଂ ଆଶାର ବାର୍ତ୍ତା ବାଣ୍ଟୁଛନ୍ତି। ଏହା ଲୋକଙ୍କ ମଧ୍ୟରେ ସଂହତି ସୃଷ୍ଟି କରିବ ବୋଲି ସେ ଆଶା ବାନ୍ଧିଛନ୍ତି।
ଏହି କ୍ରମରେ ଶୁକ୍ରବାର ତ୍ରିରଙ୍ଗା ସ୍ଥାନ ପାଇଥିଲା। ତ୍ରିରଙ୍ଗା ର୍ଗରେ ରଙ୍ଗାୟିତ ଏହି ପର୍ବତର ଚିତ୍ର ବର୍ତ୍ତମାନ ବେଶ ଭାଇରାଲ ହେଉଛି। ଏହାକୁ ପ୍ରଥମେ ଭାରତୀୟ ବୈଦେଶିକ ସେବା ଅଧିକାରୀ ଗର୍ଲିନ୍ କୌର ଟ୍ୱିଟ୍ କରିଥିଲେ। ସେ ଲେଖିଥିଲେ, ବନ୍ଧୁତା ହିମାଳୟରୁ ଆଲ୍ପସ୍ ଯାଏ ପହଞ୍ଚିଯାଇଛି। ଧନ୍ୟବାଦ। ଏହି ଫଟୋରେ ଅଶୋକ ଚକ୍ର ମଧ୍ୟ ଶୋଭା ପାଉଛି।
ଭାରତ ବ୍ୟତୀତ ସ୍ୱିଜରଲ୍ୟାଣ୍ଡ, ଆମେରିକା, ବ୍ରିଟେନ୍ ଏବଂ ଇଟାଲୀ ଆଦିର ପତାକା ମଧ୍ୟ ଏଥିରେ ସ୍ଥାନ ପାଇଛି। ଏତଦ୍ବ୍ୟତୀତ ଧଳା ପ୍ରଚ୍ଛଦରେ ‘ହୋପ୍’ ଏବଂ ‘ଷ୍ଟେ ହୋମ୍’ ଆଦି ସ୍ଥାନ ପାଇଛି। ଗେରୀ ହୋଫ୍ଷ୍ଟେଟର୍ କହିଛନ୍ତି, ଆଲୋକ ଆଶା। ତେଣୁ ଯଦି ଆପଣ ଏଭଳି ସ୍ଥିତିରେ ଆଲୋକର ବାର୍ତ୍ତା ଦେଉଛନ୍ତି। କିନ୍ତୁ ଏହି ଦୃଢ଼ ଏକାକୀ ଏଭଳି ଛିଡ଼ା ହୋଇଥିବା ପର୍ବତ ଆଶା ପ୍ରଦାନ କରୁଛି।
[ad_2]